ଶିଲଂଗ, 29 ସେପ୍ଟେମ୍ବର (ହି.ସ.)- ମେଘାଳୟରେ ମାଦକ
ପଦାର୍ଥ ଚୋରାଚାମାଲ ବିରୁଦ୍ଧରେ ବଡ଼ ପଦକ୍ଷେପ
ନେଇ ପୁଲିସ୍ ପଶ୍ଚିମ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ପ୍ରାୟ 2.5 କୋଟି ଟଙ୍କା ମୂଲ୍ୟର ହେରୋଇନ୍
ଜବତ କରିଛି ଓ ମଣିପୁରର ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ ଓ ରାଜ୍ୟ ମାଦକ ପଦାର୍ଥ
ନିରୋଧକ କାର୍ଯ୍ୟବଳଙ୍କ ସଂଯୁକ୍ତ ଦଳ ଏକ ଗୁପ୍ତ ସୂଚନା ଅଧାରରେ ଗତ ରାତିରେ ଫ୍ରାମର୍ ମେର୍
ପୁଲିସ୍ ଟ୍ରାଫିକ୍ ଚେକପୋଇଣ୍ଟ ନିକଟରେ ଏହି କାର୍ଯ୍ୟାନୁଷ୍ଠାନ କରିଥିଲେ।
ଜିଲ୍ଲା ପୁଲିସ୍ ଅଧୀକ୍ଷକ ଗିରି
ପ୍ରସାଦ କହିଛନ୍ତି ଯେ ଖଲିହରିଆତ୍ରୁ ଜୋୱାଇଁକୁ ଯାଉଥିବା ଗାଡ଼ିକୁ ଅତିରିକ୍ତ ତଦନ୍ତ
କରାଯାଇଥିଲା। ଯାଞ୍ଚ ସମୟରେ, ପୁଲିସ୍ ହେରୋଇନ୍ ଥିବା 50ଟି ପ୍ଲାଷ୍ଟିକ୍ ସାବୁନ୍ କେସ ଜବତ କରିଥିଲେ, ଯାହାର ମୋଟ ଓଜନ୍ ପ୍ରାୟ 512.63 ଗ୍ରାମ୍ ଥିଲା।
ଗିରଫ ହୋଇଥିବା ଦୁଇଜଣ
ବ୍ୟକ୍ତି ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି ଓ ଏହି ଚୋରାଚାମାଲର ସ୍ରୋତ ଓ ପଂହଚାଉଥିବା
ସ୍ଥାନ ଜାଣିବା ପାଇଁ ତଦନ୍ତ ଜାରି ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା