ନୂଆଦିଲ୍ଲୀ, 29 ସେପ୍ଟେମ୍ବର (ହି.ସ.)
- ଘରୋଇ ସୁନାରୂପା
ବଜାରରେ ଆଜି ସୁନାର ଦରରେ ସାମାନ୍ୟ ହ୍ରାସ ପାଇଛି। ଅନ୍ୟପଟେ, ଚାନ୍ଦି ଆଜି ପ୍ରତି କିଲୋଗ୍ରାମରେ 7 ହଜାର ଟଙ୍କାର ବୃଦ୍ଧି ପାଇଛି,ଯାହା ଫଳରେ ଚାନ୍ଦି ଆଉଥରେ ଏକ ନୂଆ ଦରରେ ପହଂଚିଛି।
ସୁନାର ଦାମ କମିଥିବା ଫଳରେ
ଦେଶର ଅଧିକାଂଶ ସୁନାରୂପା ବଜାରରେ 24 କ୍ୟାରେଟ୍ ସୁନା ଆଜି 1,15,470 ଟଙ୍କାରୁ 1,15,620
ଟଙ୍କା ପର୍ଯ୍ୟନ୍ତ ପ୍ରତି 10 ଗ୍ରାମ ଦରରେ ବିକ୍ରି ହେଉଛି। ସେହିପରି 22 କ୍ୟାରେଟ୍ ସୁନା
1,05,840 ଟଙ୍କାରୁ 1,05,990 ଟଙ୍କା ପର୍ଯ୍ୟନ୍ତ ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି।
ଏପଟେ ଚାନ୍ଦିର ଦାମ
ବଢିଥିବାରୁ ଏହି ଚମକଦାର ଧାତୁ ଆଜି ଦିଲ୍ଲୀ ସରାଫା ବଜାରରେ ପ୍ରତି କିଲୋଗ୍ରାମ 1,48,900 ଟଙ୍କା ଦରରେ ବିକ୍ରି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା