କେନବରା, 29 ସେପ୍ଟେମ୍ବର (ହି.ସ.)-ଭାରତୀୟ
ଜୁନିଅର ମହିଳା ହକି ଟିମ୍ ତାର ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ମ୍ୟାଚରେ ସୋମବାର ଦିନ ଅଷ୍ଟ୍ରେଲିଆ
ଅଣ୍ଡର-21 ଟିମ୍ କୁ 1-0 ରେ ପରାଜିତ କରିଛି। କ୍ୟାନବେରାର ନ୍ୟାସନାଲ୍ ହକି ସେଣ୍ଟରରେ
ଖେଳାଯାଇଥିବା ଏହି ମୁକାବିଲାରେ କନିକା ସିୱାଚ (32') ଭାରତ ପାଇଁ ନିର୍ଣାୟକ ଗୋଲ୍ କରିଥିଲେ।
ପ୍ରଥମ ହାଫ୍ରେ ଦୁଇ ଦଳ
ମଧ୍ୟରେ କଠିନ ପ୍ରତିସ୍ପର୍ଧା ଦେଖିବାକୁ ମିଳିଥିଲା, କିନ୍ତୁ ତୃତୀୟ କ୍ୱାର୍ଟର ଆରମ୍ଭରେ କନିକା ସିୱାଚଙ୍କର
ମହତ୍ତ୍ୱପୂର୍ଣ୍ଣ ଫିଲ୍ଡ ଗୋଲ୍ ଭାରତକୁ ଜିତ ଦେଇଥିଲା।
ତା’ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଅଣ୍ଡର-21 ବିରୁଦ୍ଧରେ ଲଗାତାର ଦୁଇଟି
ମ୍ୟାଚ ହାରିଥିଲା, କିନ୍ତୁ
ଏହି ଜିତ ସହିତ ଦଳ ତାଙ୍କର ଆତ୍ମବିଶ୍ୱାସ ପୁନଃ ପ୍ରାପ୍ତ କରିଛି ଓ ଅବଶିଷ୍ଟ ମ୍ୟାଚଗୁଡ଼ିକୁ
ନେଇ ଭଲ ପ୍ରଦର୍ଶନ କରିବାର ଆଶା ରଖୁଛି।
ଭାରତର ପରବର୍ତ୍ତୀ
ମୁକାବିଲା ଅଷ୍ଟ୍ରେଲିଆର ପ୍ରିମିୟର ହକି ଓନ୍ ଲିଗ କ୍ଲବ୍, କ୍ୟାନବେରା ଚିଲ୍ ବିରୁଦ୍ଧରେ ହେବ। ଏହି ମ୍ୟାଚଗୁଡ଼ିକ ଯଥାକ୍ରମେ 30
ସେପ୍ଟେମ୍ବର ଓ 2 ଅକ୍ଟୋବରରେ ଖେଳାଯିବ, ଯାହା ପରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ସମାପ୍ତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା