ଯାତାୟତ ପାଇଁ ଖୋଲିଲା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ
ଜମ୍ମୁ, 29 ସେପ୍ଟେମ୍ବର (ହି.ସ.)- ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ସୋମବାର ଯାତାୟତ ପାଇଁ ଖୋଲିଛି । ତେବେ ଛୋଟ ଓ ବଡ ବାହାନ କେବଳ ଏକତରଫା ହିଁ ଖୋଲାଯାଇଛି । ସୂଚନା ଅନୁସାରେ ଆଜି ଛୋଟ ଯାନକୁ କେବଳ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ ଅନୁମତି ରହିଛି । ସେହିପର
ଯାତାୟତ ପାଇଁ ଖୋଲିଲା     ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ


ଜମ୍ମୁ, 29 ସେପ୍ଟେମ୍ବର (ହି.ସ.)- ଜମ୍ମୁ ଶ୍ରୀନଗର

ଜାତୀୟ ରାଜପଥ ସୋମବାର ଯାତାୟତ ପାଇଁ ଖୋଲିଛି । ତେବେ ଛୋଟ ଓ ବଡ ବାହାନ କେବଳ ଏକତରଫା ହିଁ

ଖୋଲାଯାଇଛି ।

ସୂଚନା ଅନୁସାରେ ଆଜି ଛୋଟ

ଯାନକୁ କେବଳ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ ଅନୁମତି ରହିଛି । ସେହିପରି ବଡ ଗାଡିକୁ

ଶ୍ରୀନଗରରୁ ଜମ୍ମୁ ପାଇଁ ଛୋଟ ବାହାନ ଯିବା ପରେ ଅନୁମତି ରହିଛି । ରାସ୍ତାର କିଛି ଅଂଶ ଏବେ

କ୍ଷତିଗ୍ରସ୍ତ ରହିଛି । ରାଜପଥ ସଂପୂର୍ଣ୍ଣ ଭାବେ ସଜାଡିବା ପାଇଁ ଏବେ କିଛି ଦିନ ଲାଗିପାରେ ।

ଏହା ମଧ୍ୟରେ ଏସଏସଜି ରୋଡ

ତଥା ମୋଗଲ ରୋଡ ବାହାନ ଯାତାୟତ ପାଇଁ ଖୋଲାରହିଛି । ମୋଗଲ ରୋଡରେ ଛୋଟ ଗାଡି ଉଭୟ ପଟେ

ଯାଉଛି । ସେହିପରି ଭାରି ଯାନ ଆଜି ସୋପିଆଂରୁ ପୁଂଛ ଅଭିମୁଖେ ଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande