ମଣିପୁର- ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କଲେ ସୁରକ୍ଷାବଳ
ଇମ୍ଫାଲ, 29 ସେପ୍ଟେମ୍ବର (ହି.ସ.) - ମଣିପୁର ପୁଲିସ୍ ଓ ସୁରକ୍ଷା ବଳ ଦ୍ୱାରା ଚଲାଯାଇଥିବା ଅଭିଯାନ ସମୟରେ ବିପୁଳ ପରିମାଣରେ ଅସ୍ତ୍ର-ଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ଗତ ରବିବାର ଦିନ ଇମ୍ଫାଲ୍ ପଶ୍ଚିମ ଜିଲ୍ଲାର ପାଟସୋଇ ପୁଲିସ୍ ଥାନା ଅଧୀନ ସଙ୍ଗାଇଥେଲ୍ ଲୋଙ୍ଗ
ମଣିପୁର- ଅସ୍ତ୍ରଶସ୍ତ୍ର ଓ     ଗୋଳାବାରୁଦ ଜବତ କଲେ ସୁରକ୍ଷାବଳ


ଇମ୍ଫାଲ, 29 ସେପ୍ଟେମ୍ବର (ହି.ସ.)

- ମଣିପୁର ପୁଲିସ୍

ଓ ସୁରକ୍ଷା ବଳ ଦ୍ୱାରା ଚଲାଯାଇଥିବା ଅଭିଯାନ ସମୟରେ ବିପୁଳ ପରିମାଣରେ ଅସ୍ତ୍ର-ଶସ୍ତ୍ର ଓ

ଗୋଳାବାରୁଦ ଜବତ କରାଯାଇଛି। ଗତ ରବିବାର ଦିନ ଇମ୍ଫାଲ୍ ପଶ୍ଚିମ ଜିଲ୍ଲାର ପାଟସୋଇ ପୁଲିସ୍ ଥାନା

ଅଧୀନ ସଙ୍ଗାଇଥେଲ୍ ଲୋଙ୍ଗା କୋଇରେଂ କ୍ରସିଂ ଠାରେ ସୁରକ୍ଷା ବଳ ଏକ ବଡ଼ ଜବତ ଅଭିଯାନ ଚଲାଇଥିଲେ

ଓ ଏହି ସମୟରେ ବହୁଳ ପରିମାଣରେ ଅସ୍ତ୍ର-ଶସ୍ତ୍ର, ଗୋଳାବାରୁଦ ଓ ସାମରିକ ସାଜସଜ୍ଜା ଜବତ କରିଥିଲେ।

ମଣିପୁର ପୁଲିସ୍ ମୁଖ୍ୟାଳୟ

ତରଫରୁ ଜଣାପଡ଼ିଛି ଯେ, ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଅଛି – ଚାରିଟି ସିଙ୍ଗଲ୍ ବ୍ୟାରେଲ୍ ଗନ୍, ଗୋଟିଏ ସଂଶୋଧିତ ସ୍ନାଇପର୍ ରାଇଫଲ୍, ଗୋଟିଏ 9ଏମଏମପିସ୍ତଲ୍ ଓ ମ୍ୟାଗଜିନ୍, ଦୁଇଟି .32 ପିସ୍ତଲ୍ ମ୍ୟାଗଜିନ୍, ଦୁଇଟି ଇନସାସ୍ରାଇଫଲ୍ ମ୍ୟାଗଜିନ୍, .303 ରାଇଫଲ୍ ର 37 ରାଉଣ୍ଡ କାର୍ତୃସ, ଏସଏଲଆରର 68 ରାଉଣ୍ଡ ଗୋଳି, 9ଏମଏମର 15 ରାଉଣ୍ଡ ଗୋଳି, ଛଅଟି 7.62ଏମଏମହାଇ-ଡେନ୍ସିଟି କାର୍ତୃସ, ଚାରିଟି ଏସଏ16ଏମଏମସିଙ୍ଗଲ୍ ରେଡ୍ କାରତୁସ ଓ ତିନିଟି ସ୍ନାଇପର୍ ରାଉଣ୍ଡ ସାମିଲ ରହିଛି।

ଏହା ସହିତ, ସୁରକ୍ଷା ବଳ ତିନିଟି ବିପି ପ୍ଲେଟ୍, ତିନିଟି ନମ୍ବର 36 ହ୍ୟାଣ୍ଡ ଗ୍ରେନେଡ୍ ,ତିନିଟି ଡେଟୋନେଟର୍, 14ଟି ହେଲମେଟ୍, ଦୁଇଟି ବାଓଫେଙ୍ଗ୍ ହ୍ୟାଣ୍ଡସେଟ୍, ତିନିଟି ଛଦ୍ମ ଟି-ଶର୍ଟ୍ ଓ ତିନିଟି ବ୍ୟାଗ୍ ଜବତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande