ଚନ୍ଦ୍ରଗ୍ରହଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡାନ୍ତ, ପାକତ୍ୟାଗ ପୂର୍ବରୁ ଦେବନୀତି ସମ୍ପନ୍ନ, ମଧ୍ୟାହ୍ନ ୧ଟାରୁ ବାବାଙ୍କ ଦର୍ଶନ ବନ୍ଦ
ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଆସନ୍ତା ରବିବାର ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ନୀତିକାନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ସ୍ଥିର ହୋଇଥିବା ନୀତିନିର୍ଘଂଟ ଅନୁଯାୟୀ ଚନ୍ଦ
AKHANDALAMANI CHANDRA GRAHANA NITIKANTI


ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଆସନ୍ତା ରବିବାର ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ନୀତିକାନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ସ୍ଥିର ହୋଇଥିବା ନୀତିନିର୍ଘଂଟ ଅନୁଯାୟୀ ଚନ୍ଦ୍ରଗ୍ରହଣ ଦିନ ସହଳ ନୀତିକାନ୍ତି କରାଯାଇ ପାକତ୍ୟାଗ ପୂର୍ବରୁ ଅର୍ଥାତ୍ ୧୨ଟା୩୦ମିନିଟ ସୁଧା ସମସ୍ତ ଦୈନନ୍ଦିନ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇ ମଧ୍ୟାହ୍ନ ୧ଟାରେ ବାବାଙ୍କର ପହୁଡ଼ କରାଯିବ। ଏହି ସମୟ ଠାରୁ ଅର୍ଥାତ୍ ମଧ୍ୟାହ୍ନ ୧ଟା ଠାରୁ ବାବାଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଗ୍ରହଣ ସର୍ବମୋକ୍ଷ ପରେ ଅର୍ଥାତ୍ ରାତି ୨ଟା ପରେ ମନ୍ଦିର ମାର୍ଜନା କରାଯାଇ ବାବାଙ୍କୁ ମହାସ୍ନାନ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସାହାଣମେଲା କରାଯିବ। ସ୍ଥିର ହୋଇଥିବା ନୀତିନୀର୍ଘଂଟ ଅନୁଯାୟୀ ରବିବାର ଭୋର ୪ଟାରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗି କରାଯିବ। ସକାଳ ୮ଟାରେ ପହଡଖିଆ ଅନ୍ନ ନୀତି, ୯ଟାରେ ୍ୱଡନୀତିଭୋଗ, ୧୦ଟାରେ ଅବକାଶ ନୀତି, ୧୦/୩୦ରେ ବଡ଼ସିଂହାର ବେଶ, ୧୧ଟାରେ ସଂଧ୍ୟା ପୂଜା, ୧୨/୩୦ରେ ବାଟୁଳା ନୀତି ସମ୍ପନ୍ନ ହେବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande