ସରକାରୀ ସ୍ୱୀକୃତ ସାର ଦୋକାନୀଙ୍କ ଚାଷୀଙ୍କ ସହ ଅଶ୍ଳୀଳ ବ୍ୟବହାର ଘଂଟ ଘଡାଉଛନ୍ତି ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ
ମାଲକାନଗିରି, ୩ ସେପ୍େଟମ୍ବର (ହି.ସ.) - ମାଲକାନଗିରି ଗତକାଲି ସରକାରୀ ସ୍ୱୀକୃତ ସାର ଦୋକାନୀଙ୍କ ଚାଷୀଙ୍କୁ ଅଶ୍ମିଲ ବ୍ୟବହାର ଭାଇରାଲ ଭିଡ଼ିଓ ବାବଦରେ ଅତିରିକ୍ତ କୃଷି ଅଧିକାରୀଙ୍କୁ ପଚାରି ବାରୁ ସେ କହିଲେ ଏହା କେଉଁ ପରିସ୍ଥିତିରେ କିଏ କାହିଁକି ଏପରି କରିଛି, ଏହି ଭିଡିଓ କପୋଳକଳ୍ପିତ ଏଡିଟିଂ ହୋଇପା
ସରକାରୀ ସ୍ୱୀକୃତ ସାର ଦୋକାନୀଙ୍କ ଚାଷୀଙ୍କ ସହ ଅଶ୍ଳୀଳ ବ୍ୟବହାର ଘଂଟ ଘଡାଉଛନ୍ତି ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ


ମାଲକାନଗିରି, ୩ ସେପ୍େଟମ୍ବର (ହି.ସ.) - ମାଲକାନଗିରି ଗତକାଲି ସରକାରୀ ସ୍ୱୀକୃତ ସାର ଦୋକାନୀଙ୍କ ଚାଷୀଙ୍କୁ ଅଶ୍ମିଲ ବ୍ୟବହାର ଭାଇରାଲ ଭିଡ଼ିଓ ବାବଦରେ ଅତିରିକ୍ତ କୃଷି ଅଧିକାରୀଙ୍କୁ ପଚାରି ବାରୁ ସେ କହିଲେ ଏହା କେଉଁ ପରିସ୍ଥିତିରେ କିଏ କାହିଁକି ଏପରି କରିଛି, ଏହି ଭିଡିଓ କପୋଳକଳ୍ପିତ ଏଡିଟିଂ ହୋଇପାରେ ଅତିରିକ୍ତ ଜିଲ୍ଲା କୃଷିଅଧୂକାରୀ କହିଲେ ଏପରି ଅନେକ ଭିଡିଓ ଘୁରି ବୁଲୁଛି, ଅନେକ ଏଡିଟିଂ ମଧ୍ୟ ହୋଇପାରୁଛି ଏଣୁ ଆପଣପରି ଅନେକ ଗଣମାଧ୍ୟମ ଭିଡିଓ କରୁଛନ୍ତି । ଏଣୁ ଆମେ କେଉଁ ତଥ୍ୟ ଆଧାରରେ ଓ କେଉଁକେଉଁ ଭିଡିଓର ତଦନ୍ତ କରି ବସିବୁ ଏଣୁ ଚାଷୀଙ୍କ ଲିଖୂତ ଅଭିଯୋଗ ନହେଲେ କିଛି ତଦନ୍ତ ହେବନାହିଁ ।

ଏଥୁରୁ ଜଣାପଡୁଛି ଜିଲ୍ଲାରେ ଥିବା ଏପରି ଚାଷୀଙ୍କୁ ଦିନ ଦ୍ୱିପହରରେ ଲୁଟୁଥୁବା ସ୍ୱୀକୃତ ପ୍ରାପ୍ତ ସାର ଡିର୍ଲ ଓ ପ୍ରଶାସନିକ ଅଧିକାରୀଙ୍କ କିଛି ଭିତରିଆ କାରବାର ଚାଲିଛି । ଖବର ନେବାରୁ ଜଣାପଡିଲା ଏହିକି ସଂପୃକ୍ତ ଦୋକାନୀ ହରିବର ପ୍ରଥମେ ଏକ କମ୍ପୁଟର ଦୋକାନ ପରେ ବହିଦୋକାନ ଓ ତାଙ୍କ ଭାଇ ମନୋଜ୍ କୃଷି ବିଭାଗରେ ଚାକିରି କରିବା ପରେ ସେ ଏକ ସାର ଦୋକାନ ଗାଁରେ ଖୋଲିଛନ୍ତି ଜିଲ୍ଲା ବିଭିନ୍ନ ସମୟରେ ସାରକୁ ନେଇ ତୁମ୍ପି ତୋଫାନ ଚାଲୁ ଚାଲୁ ରହିଛି । ବର୍ତମାନ ମୋହନ ସରକାରଙ୍କ ଧାନ କ୍ସିଣ୍ଟାଲ ପିଛା ଟ ୩୧୦୦ / ଏବଂ ଅତିରିକ୍ତ ଟ୮୦୦ ଜ୍ଝ ଟଙ୍କା ପ୍ରାପ୍ୟ କୁ ନଜରକରି ଚାଷୀ ଧାନ ଚାଷକରିଥିବାବେଳେ ଏହାକୁ ଆୟୁଧ କରି ସମ୍ପୁର୍ଣ୍ଣ ଲାଭସାର ଦୋକାନୀ ଓ ସରକାରୀ ବାବୁମାନେ ନେଉଥିବା ସାଧାରଣ ରେ ଆଲୋଚନା ହେଉଥିବା ବେଳେ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଣ ସହ ଅସାଧୁ ସାର ଦୋକା କାନୀ ଓ ଏମାନଙ୍କୁ ପରୋକ୍ଷରେ ସାହାଯ୍ୟ କରୁଥିବା ଅଧୂକାରୀ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ନେବ ଦାବିହେଉଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande