ଫୁଲବାଣୀ ମେଡିକାଲ କଲେଜରେ ନାମ ଲେଖା ଘୋଷଣା ପରେ ଜିଲ୍ଲାବାସୀ ଆନନ୍ଦିତ
Admission Started in Phulbani medical College for 100 seatese
ଫୁଲବାଣୀ ମେଡିକାଲ କଲେଜରେ ନାମ ଲେଖା ଘୋଷଣା ପରେ ଜିଲ୍ଲାବାସୀ ଆନନ୍ଦିତ


କନ୍ଧମାଳ , ୩ ସେପ୍ଟେମ୍ବର (ହି.ସ.)

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥିତ ମେଡିକାଲ କଲେଜରେ ୨୫-୨୬ ଆର୍ଥିକ ବର୍ଷ ପାଇଁ ୧୦୦ ସିଟ ବିଶିଷ୍ଟ ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖା ଆରମ୍ଭ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଅନୁମତି ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି l ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟସେବାରେ ଘୋଷଣା ହୋଇଥିବା ମେଡିକାଲ କଲେଜର ଅଗ୍ରଗତି ନିଶ୍ଚିତ ଅବହେଳିତ କନ୍ଧମାଳ ଜିଲ୍ଲା ସମେତ ଅନେକ ପଡୋଶୀ ଜିଲ୍ଲାର ରୋଗୀଙ୍କ ପାଇଁ ବରଦାନ ହେବାକୁ ଥିବାବେଳେ ଏଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପାଇଁ ଜିଲ୍ଲାବାସୀ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲିକ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗଙ୍କୁ ସାଧୁବାଦ ଜଣାଇଛନ୍ତି l ଅନେକ ସାମାଜିକ ସଂଗଠନର ଦାବୀ ସହ ଜିଲ୍ଲାବାସୀଙ୍କ ଦାବୀ ପୂରଣ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଜିଲ୍ଲାର ସାଂସଦ ଶ୍ରୀ ପାଣିଗ୍ରାହୀ ଏବଂ ବିଧାୟକ ଶ୍ରୀ ମଲିକ ଉଭୟେ ଏଥିପାଇଁ ଧନ୍ୟବାଦ ଦେବାସହ ମେଡିକାଲ କଲେଜରେ ପାଠ ପଢିବା ସହ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଶିଖିତ ଯୁବକ ଯୁବତୀ ଏଠାରେ ଅଧ୍ୟୟନକରି ସେମାନଙ୍କ ଆଶା ପୂରଣ ସହ ଆମ ଅଞ୍ଚଳର ରୋଗୀସେବାରେ ନିଜକୁ ସାମିଲ କରି ପାରିବେ ବୋଲି କହିଛନ୍ତି

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande