ବେଆଇନି ବାଲି ଚାଲାଣ ବେଳେ ୭ ବାଲି ବୋଝେଇ ହାଇୱା ଜବତ
ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ଅଂଚଳରେ ବିଭିନ୍ନ ଅଂଚଳରୁ ବେଆଇନ ବାଲି ଚାଲାଣ ହେଉଥିବା ନେଇ ଧାମନଗର ଥାନା ରେ ନୂଆ କରି ଯୋଗଦେଇଥିବା ଥାନା ଅଧିକାରୀ ରଞ୍ଜନ ସେଠୀ ଏବେ ଆକ୍ସନ ମୁଡ଼ରେ ଅଛନ୍ତି।ବିଭିନ୍ନ ସ୍ଥାନ ମାନଙ୍କରେ ବେଆଇନ ଡୀଜେ ଉପରେ ଆକ୍ସନ ନେଇଥିବା ବେଳେ ଏବେ ବାବୁ ଙ୍କ
BALI BOJHEI HIWA JABAT


ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ଅଂଚଳରେ ବିଭିନ୍ନ ଅଂଚଳରୁ ବେଆଇନ ବାଲି ଚାଲାଣ ହେଉଥିବା ନେଇ ଧାମନଗର ଥାନା ରେ ନୂଆ କରି ଯୋଗଦେଇଥିବା ଥାନା ଅଧିକାରୀ ରଞ୍ଜନ ସେଠୀ ଏବେ ଆକ୍ସନ ମୁଡ଼ରେ ଅଛନ୍ତି।ବିଭିନ୍ନ ସ୍ଥାନ ମାନଙ୍କରେ ବେଆଇନ ଡୀଜେ ଉପରେ ଆକ୍ସନ ନେଇଥିବା ବେଳେ ଏବେ ବାବୁ ଙ୍କ ଚୋରାବାଲିଗାଡ଼ି ଉପରେ ନଜର ପଡିଛି।ସୂଚନା ଥାଉକି ମଙ୍ଗଳବାର ବିଳମ୍ବିତ ରାତିରେ ଧାମନଗର ଅଂଚଳ ର ୭ ଟି ବାଲି ବୋଝେଇ ହାଇୱା ବେଆଇନ ଭାବେ ବିନାକାଗଜପତ୍ରରେ ବାଲି ବୋଝେଇ ନେଇ ଆସୁଥିବା ବେଳେ ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀ, ଏସ ଆଇ ରାଜେଶ ସେଠୀ ଓ ଅନ୍ୟ ପୋଲିସ କର୍ମଚାରିମାନେ ଦୋବଲ ଓ ଦେହୁଡିଆନନ୍ଦପୁର ଅଂଚଳ ରୁ ଉକ୍ତ ବାଲି ଗାଡ଼ି ଗୁଡିକୁ ଧରିଥିଲେ। ସେଥିରୁ ତିନି ଜଣ ଡ୍ରାଇଭର ଗାଡ଼ିଛାଡି ଦୌଡ଼ି ପଳେଇଥିଲେ।ବୁଧବାର ସକାଳେ ସେ ଗାଡ଼ି ଗୁଡ଼ିକୁ ଥାନାକୁ ନିଆଯାଇଥିଲା। ଏ ସମ୍ପର୍କ ରେ ଧାମନଗର ଥାନାଅଧିକାରୀ ଶ୍ରୀ ସେଠୀ ୭ ଟି ଗାଡ଼ି କୁ ଜବତକରିବା ସହ କେସ ନମ୍ୱର ୩୨୬/୨୫ ରେ ଏକ ମାମଲା ରୁଜୁ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande