ଜୟପୁର, ୩ ସେପ୍େଟମ୍ବର (ହି.ସ.) - ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ଚନ୍ଦ୍ର ପାଢ଼ୀ ସାଇବର ଠୋକେଇର ଶିକାର ହୋଇଛନ୍ତି । ଶ୍ରୀ ପାଢ଼ୀ ବର୍ଷେ ପୂର୍ବେ ଅଫିସିଆଲ ହ୍ୱାଟ୍ସଆପ ଗ୍ରୁପରୁ ଲେପ୍ଟ ହୋଇଯାଇଥିଲେ । କିନ୍ତୁ ଗତ କାଲି ହଟାତ ତାଙ୍କ ମୋବାଇଲକୁ ଅଫିସିଆଲ ହ୍ୱାଟ୍ସଆପରେ ଜଇନ କରିବା ପାଇଁ ଜଣେ ବ୍ୟକ୍ତି ଗୋଟିଏ ହ୍ୱାଟ୍ସଆପରେ ମେସେଜ କରିଥିଲେ । ଏଥିରେ ଆଧାର ଅପଡେଟ ପାଇଁ ଗୋଟିଏ ଲିଙ୍କ ଆସିଥିଲା । ମୋବାଇଲ ନମ୍ୱର ଏବେ ଆଧାର ନମ୍ବର ଦେବା ପରେ ଗୋଟିଏ ଓଟିପି ଆସିଲା । ଆଉ ଓଟିପି ଅପଲର୍ଡ କରିବା କ୍ଷେଣକେ ଆକାଉଂଟରୁ କଟିଲା ୫୦ ହଜାର ଟଙ୍କା । ଏଥିସହ ଶ୍ରୀ ପାଢ଼ୀଙ୍କ ଇଂଟରନେଟ ବ୍ୟବହାର କରି ଫିଲ୍ପ କାର୍ଡରେ ୧୬ ହଜାର ଟଙ୍କାର ଜିନିଷ କିଣାଯାଇଛି । ଏ ନେଇ ବୈପାରୀଗୁଡା ଥାନା ଦ୍ୱାରସ୍ତ ହୋଇଛନ୍ତି କାର୍ତିକ ଚନ୍ଦ୍ର ପାଢ଼ୀ । ଏଭଳି ଭୁଲ କରି ସେ ଦୁଃଖିତ ଥିବା ବେଳେ ଅନ୍ୟ ମାନେ ଏଭଳି ଭୁଲ ନ କରିବା ପାଇଁ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି