ଚମ୍ପୁଆ ବନାଂଚଳରେ ଦନ୍ତା ଆତଙ୍କ : ନିୟନ୍ତ୍ରଣ କରିବାରେ ବନବିଭାଗ ବିଫଳ
ଚମ୍ପୁଆ, ୦୩ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ବନାଂଚଳରେ ହାତୀ ଉପଦ୍ରବ ଜାରୀ ରହିଛି। ହାତୀ ପଲ ନିୟମିତ ଭାବେ ଜନବସତି ଭିତରକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବାବେଳେ ବନବିଭାଗ ଦନ୍ତା ହାତୀ ପଲଙ୍କୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦେଖିବାକୁ ମିଳୁଛି। ଗତ ରାତି ପ୍ରାୟ ଏଗାରଟା ସମୟରେ
ଚମ୍ପୁଆ ବନାଂଚଳରେ ଦନ୍ତା ଆତଙ୍କ : ନିୟନ୍ତ୍ରଣ କରିବାରେ ବନବିଭାଗ ବିଫଳ


ଚମ୍ପୁଆ, ୦୩ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ବନାଂଚଳରେ ହାତୀ ଉପଦ୍ରବ ଜାରୀ ରହିଛି। ହାତୀ ପଲ ନିୟମିତ ଭାବେ ଜନବସତି ଭିତରକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବାବେଳେ ବନବିଭାଗ ଦନ୍ତା ହାତୀ ପଲଙ୍କୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦେଖିବାକୁ ମିଳୁଛି। ଗତ ରାତି ପ୍ରାୟ ଏଗାରଟା ସମୟରେ ବାଲିବନ୍ଧ ସେକ୍ସନ୍‌ରେ ଡେରା ପକାଇ ଥିବା ୩୦ ଟିକିଆ ହାତୀ ପଲରୁ ଗୋଟିଏ ଦନ୍ତା ଚମ୍ପୁଆ ବ୍ଲକ୍‌ର ସୁନାପଶି ପଂଚାୟତ ଇନ୍ଦ୍ରପ୍ରସ୍ଥ(ତଳବେଡ଼ା) ଗ୍ରାମରେ ପଶି ଦୁଇଟି ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଛି। ଦନ୍ତାଟି ଗ୍ରାମର ନବକିଶୋର ମହାନ୍ତ ଓ ପଟେଲ୍ ମହାନ୍ତଙ୍କ ଘରଭାଙ୍ଗି ଧାନଚାଉଳ ଖାଇଯାଇଥିଲା। ତେବେ ଘରଲୋକେ ଶୋଇନଥିବାରୁ ଏକ ବିରାଟ ଅଘଟଣରୁ ଅଳ୍ପକେ ବର୍ତି ଯାଇଥିଲେ। ଘର ଭାଙ୍ଗିବା ପରେ ହାତୀଟି ଗ୍ରାମର ଚାଷଜମିଗୁଡ଼ିକରେ ପଶି ହୋଇଥିବା ଧାନ ଫସଲ ଖାଇବା ସହ ମାଡିଦଳି ନଷ୍ଟ କରିଥିଲା। ହାତୀ ଉପଦ୍ରବ ଯୋଗୁଁ ଗ୍ରାମର ଚାଷୀ ଯଦୁମଣି ମହାନ୍ତ, ସଞ୍ଜୟ ମହାନ୍ତଙ୍କ ସମେତ ଅନ୍ୟ ଚାଷୀମାନଙ୍କ ବ୍ୟାପକ ଫସଲ କ୍ଷତି ହୋଇଛି। କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତମାନଙ୍କୁ ଅତିଶୀଘ୍ର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ହାତୀ ପଲ ଭିତରୁ ୨୯ଟି ହାତୀ ଆଜି କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇ ଥିବାବେଳେ ଦନ୍ତାଟି ବାରମ୍ବାର ସ୍ଥାନ ବଦଳାଉଥିବା ନେଇ ସୂଚନା ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande