ଜୟପୁର, ୩ ସେପ୍ଟେମ୍ବର (ହି.ସ.) - ସିପିଆଇ ର ଶତବାର୍ଷିକୀ ପାଳନ ବର୍ଷ ରେ ୨୪ ତମ ରାଜ୍ୟ ସମ୍ମିଳନୀ ରେ ଯୋଗ ଦେବା ପାଇଁ ୫୦୦ ରୁ ଉର୍ଦ୍ଧ କର୍ମୀ ରେଳଯୋଗେ ଜୟପୁର ରୁ ଯାତ୍ରା କରିଛନ୍ତି। ରାଜ୍ୟ ସମ୍ମିଳନୀ ସେପ୍େଟମ୍ବର ୪,୫,୬, ତିନି ଦିନ ଧରି ଭୂବନେଶ୍ୱର ଠାରେ ଅନୁଷ୍ଠିତ ହେବ। ଚାରି ତାରିଖରେ ବିଶାଳ ଗଣ ସମାବେଶ ଓ ସାଧାରଣ ସଭା କୁ ସିପିଆଇ ଜାତୀୟ ସାଧାରଣ ସମ୍ପାଦକ ଡି ରାଜା, ଜାତୀୟ ସମ୍ପାଦକ ତଥା ଏଆଇଟିୟୁସି ସର୍ବଭାରତୀୟ ସାଧାରଣ ସମ୍ପାଦିକା ଅମରଜିତ୍ କୈ।ର , ଜାତୀୟ ସମ୍ପାଦକ ମଣ୍ଡଳୀ ସଭ୍ୟ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ପ୍ରମୁଖ ସମ୍ବୋଧିତ କରିବେ। ଦେଶର ଐକ୍ୟ ଅଖଣ୍ଡତା, ସମ୍ବିଧାନ ର ସୁରକ୍ଷା, ସାମ୍ପ୍ରଦାୟିତାବାଦୀ ଫାଶିଷ୍ଟ ଶକ୍ତି ବିରୁଦ୍ଧରେ ଦୃଢ଼ ସ୍ୱର ଉତୋଳନ କରି ଦେଶର ଭାଇଚାରାକୁ ସୁରକ୍ଷିତ ରଖିବା ସହ ବେକାରୀ ସମସ୍ୟା , ଦରଦାମ୍ ବୃଦ୍ଧି,ଭ୍ରଷ୍ଟାଚାର, ଶ୍ରମିକ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା, ଖାଦ୍ୟ ବସ୍ତ୍ର ବାସଗୃହ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ସର୍ବୋପରି ସମାଜବାଦ ପ୍ରତିଷ୍ଠା ପାଇଁ ପ୍ରତିବଦ୍ଧତା କୁ ମଜବୁତ୍ ରୂପ ଦେବା ପାଇଁ ରାଜ୍ୟ ସମ୍ମିଳନୀ ରେ ଆଲୋଚନା ହେବ । ଆର୍ ଏସ୍ ଏସ୍ ମଧ୍ୟ ତାର ଶତବାର୍ଷିକୀ ପାଳନ କରୁଥିବା ବେଳେ ତାର ରାଜନୈତିକ ଦଳ ବିଜେପି ଦଶ ଶାସନରେ ଅଛି ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାଂଗଠନିକ ଭାବେ ସର୍ବ କାଳୀନ ନିମ୍ନ ସ୍ତରରେ ଅଛି । ଅତୀତରେ ବିଜେପି ସଂସଦରେ ସର୍ବନିମ୍ନ ଦୁଇ ପ୍ରତିନିଧି ଥିବା ବେଳେ ଆଜି ଶାସନରେ , ସେତିକିବେଳେ କମ୍ୟୁନିଷ୍ଟ ପାର୍ଟି ର ସଂସଦରେ ଆସନ ସଂଖ୍ୟା ବହୁତ କମ୍ ଅଛି। ଆର୍ ଏସ୍ ଏସ୍ ର ତିନୋଟି ମୁଖ୍ୟ ଶତ୍ରୁ ମଧ୍ୟରେ କମ୍ୟୁନିଷ୍ଟ ମାନେ ଅନ୍ୟତମ । ଏଣୁ ଆର୍ ଏସ୍ ଏସ୍ ର ଫାଶୀଷ୍ଟ ଏଜେଣ୍ଡା କୁ ପଣ୍ଡ କରିବା ପାଇଁ କମ୍ୟୁନିଷ୍ଟ ମାନଙ୍କୁ ଅଧିକ ସଂଗଠିତ ହେବାକୁ ହେବ। ଏହି ଆହ୍ୱାନ ନେଇ ରାଜ୍ୟ ସମ୍ମିଳନୀ ଓ ସେପ୍େଟମ୍ବର ଶେଷରେ ଜାତୀୟ ମହାସମ୍ମିଳନୀ ଚଣ୍ଡୀଗଡ଼ ଠାରେ ଅନୁଷ୍ଠିତ ହେବ । ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି, ନୂତନ ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ, ପୂର୍ବତନ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ,ଶ୍ରମିକ ନେତା ଉତମ ମଲ୍ଲିକ, ମହିଳା ମୋର୍ଚ୍ଚା ନେତ୍ରୀ ଦୟାମଣୀ ଗୋଲାରୀଙ୍କ ନେତୃତ୍ୱରେ ସିପିଆଇ କର୍ମୀ ମାନେ ନୂଆ ଉତ୍ସାହ ସହ ଯାତ୍ରା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି