ଫୁଲବାଣୀ ରେ ଜିଲ୍ଲା ସ୍ତରୀୟ ଆଦି କର୍ମଯ୍ୟୋଗୀ କର୍ମଶାଳା
District Level Adi karma jogi karma shala
ଫୋଟ


କନ୍ଧମାଳ , ୩ ସେପ୍ଟେମ୍ବର (ହି.ସ.) ଆଜି ଜିଲ୍ଲା ସ୍ତରୀୟ ଆଦି କର୍ମଯ୍ୟୋଗୀ କର୍ମଶାଳା ଜିଲ୍ଲା ଓସ୍ୱାନ ହଲ, ଫୁଲବାଣୀ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଉପ ଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ

ପଦାଧିକାରୀ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲାର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ବ୍ଲକ ଓସ୍ଵାନ ହଲରେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ। ଧରତୀ ଅବା ଜନଯାତୀୟ ଗ୍ରାମୀଣ ଉତ୍କର୍ଷ ଅଭିଯାନ ଗ୍ରାମଗୁଡିକରେ ଆଦି କର୍ମାଯ୍ୟୋଗୀ ଚୟନ କରାଯାଇ ସରକାରଙ୍କ ଯୋଜନା ଗୁଡିକ ଗ୍ରାମସ୍ତରେ ସମସ୍ତ ବିଭାଗର ସହଭାଗିତା ଆଧାରରେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବେ। ଏହା ସହିତ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ପରିକଳ୍ପନା ପାତ୍ର ପ୍ରସ୍ତୁତ କରିବେ । ଏହି କର୍ମଶାଳାକୁ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ସଂଯୋଜନା କରିଥିବାବେଳେ ପ୍ରଦାନ ଏନ ଜି ଓ ସହଯୋଗ କରିଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande