ମାଲକାନଗିରି, ୩ ସେପ୍ଟେମ୍ବର (ହି.ସ.) ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଓଡ଼ିଶା ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ମାଲକାନଗିରି ଜିଲ୍ଲା ତରଫରୁ ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ଆଜି ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ ସସ୍କୃତ ଭାଷା ପ୍ରାଚୀନତମ ଦେବ ଭାଷା ଏବଂ ଭାଷାମାନଙ୍କର ଜନନୀ ତଥା ଏହା ଏକ ଶ୍ରେଷ୍ଠ ଭାଷା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ ଯୋଗଦେଇ ସଂସ୍କୃତ ଭାଷା ଏକ ସୁଲଳିତ ଦେବ ଭାଷା ଏବଂ ଭାଷାର ଶିକ୍ଷକ ଶିକ୍ଷୟିତ୍ରୀମାନେ ହିଁ ହେଉଛନ୍ତି ଆମ ସଂସ୍କୃତିର ରକ୍ଷକ ଅଟନ୍ତି ବୋଲି କହିଥିଲେ । ବିଶିଷ୍ଟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ହେମନ୍ତ କୁମାର ମାଝି ଯୋଗଦେଇ ସଂସ୍କୃତ ଭାଷା ର ମହତ୍ତ୍ଵ ବିଷୟରେ ଉପସ୍ଥାପନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଶରତ କୁମାର ରାଉତ ସଂସ୍କୃତର ଅନେକ ଶ୍ଳୋକ ଗାଇ ଛାତ୍ରାବସ୍ଥାରୁ ଏ ଯାବତ୍ ସେ ସଂସ୍କୃତ ପ୍ରତି ଅନୁକରଣୀୟ ବୋଲି କହିଥିଲେ ।ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୁର୍ଗାମାଧବ ପାଢୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ।ବରିଷ୍ଠ ସସ୍କୃତ ଶିକ୍ଷକ କରୁଣାକର ମଲିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ଭାଷା ସୁରକ୍ଷା ଓ ସଂସ୍କୃତ ଶିକ୍ଷକମାନଙ୍କ ସମସ୍ୟା ଉପସ୍ଥାପନ କରିବା ସହିତ ଏହାର ଆଶୁ ସମାଧାନ କରିବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ଏବଂ ଶିକ୍ଷକମାନଙ୍କର ଏକତା ହିଁ ଆମର ବଳ ତଥା ଭାଷା ସୁରକ୍ଷା ଓ ପ୍ରଗତି ଆମ୍ଭମାନଙ୍କର ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ। ନିଜର ପରିଚୟ ନିଜେ ସୃଷ୍ଟି କରିବା ଉଚିତ ବୋଲି କହିଥିଲେ।। ରାଜ୍ୟ ଦକ୍ଷିଣ ସମ୍ଭାଗ ସଂଯୋଜକ ପଣ୍ଡିତ ଗୋଦାବରୀଶ ଦାଶ ଅଧ୍ଯକ୍ଷତା କରିଥିବା ବେଳେ ସମ୍ପାଦକ ପଣ୍ଡିତ ଶରତ କୁମାର ଦାଶ ବେଦ ପାଠ କରିଥିଲେ । ବରିଷ୍ଠ ଶିକ୍ଷକ କମଳ ସାଇ ମାଝି ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ଦେଇଥିଲେ ।ଜିଲ୍ଲାର ଶତାଧିକ ସସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ନିତ୍ୟାନନ୍ଦ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସୋନିରାଣୀ ନାୟକଙ୍କୁ ଗୀତା, ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରାଯାଇଥିଲା ।ଶେଷରେ ପଣ୍ଡିତ ସୁକୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ