ଝାଡଗାଁରେ ହାତୀ ଉପଦ୍ରବ
କେନ୍ଦୁଝର, ୩ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ବଡ଼ବିଲ ବନାଂଚଳ ଅନ୍ତର୍ଗତ ଭଦ୍ରାସାହି ଗ୍ରାମ ପଂଚାୟତ ଝାଡ଼ଗାଁ ହୁଡ଼ି ସାହିରେ ଏକ ଗୋଠଛଡା ଦନ୍ଧା ହାତୀ ପଶି ୧୦ ବଖରା ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣା ପଡିଛି। ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସନ
ଝାଡଗାଁରେ ହାତୀ ଉପଦ୍ରବ


କେନ୍ଦୁଝର, ୩ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ବଡ଼ବିଲ ବନାଂଚଳ ଅନ୍ତର୍ଗତ ଭଦ୍ରାସାହି ଗ୍ରାମ ପଂଚାୟତ ଝାଡ଼ଗାଁ ହୁଡ଼ି ସାହିରେ ଏକ ଗୋଠଛଡା ଦନ୍ଧା ହାତୀ ପଶି ୧୦ ବଖରା ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣା ପଡିଛି। ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ଦନ୍ତାହାତୀ ଟି ଝାଡ଼ଗାଁ ହୁଡ଼ି ସାହିକୁ ଆସି ଗୁଡ଼ୁ ମୁଣ୍ଡାଙ୍କ ୨ ବଖରା ଓ ପାଣ୍ଡୁ ମୁଣ୍ଡାଙ୍କ ୩ ବଖରା ଘର ଭାଙ୍ଗି ଚାଉଳ ଓ ଖାଦ୍ୟ ସାମଗ୍ରୀ ଖାଇବା ସହିତ ଘର ଉପକରଣ ନଷ୍ଟ କରିଥିଲା। ତେବେ ବଡ଼ବିଲ ଅନାଂଚଳ କର୍ମଚାରୀ ସେଠାରେ ପହଂଚିବା ପରେ ଗ୍ରାମବାସୀ ଙ୍କ ସହିତ ମିଶି ହାତୀଟିକୁ ରୋଇଡା ଜଙ୍ଗଲ ଆଡକୁ ତଡି ଦେଇଥିଲେ। ତେବେ ରାତିରେ ହାତୀଟି ପୁଣି ଫେରିଆସି ହୁଡ଼ିସାହିରେ ପଶି ମୁନା ପାତ୍ର ଙ୍କ ୩ ବଖରା ଓ ଜୋକର ମୁଣ୍ଡାଙ୍କ ୨ ବଖରା ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବଡ଼ବିଲ ବନାଂଚଳ ଅଧୂକାରୀ ସଞ୍ଜୀବ କୁମାର ରାଉତ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥୁନ ଓ ଶୁଖୁଲା ଖାଦ୍ୟ ପ୍ରଦାନ କରିଛନ୍ତି। ଏଥି ସହିତ ସରକାରୀ ନିୟମ ଅନୁଯାୟୀ ଯାହା ସମ୍ଭବ କ୍ଷତି ପୂରଣ ଯୋଗାଇ ଦିଆଯିବ ବୋଲି ବଡ଼ବିଲ ବନାଂଚଳ ଅଧିକାରୀ ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande