ମାଲକାନଗିରି, ୦୩ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ କ୍ରୀଡ଼ା ଭବନ ଠାରେ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ହରିଷ ରୂପାଲଙ୍କୁ ବିଦାୟକାଳୀନ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିଲା ଓ ଶ୍ରୀ ରୂପାଲ ୨୦୨୦ ମସିହାରେ ମାଲକାନଗିରିରେ ଜିଲ୍ଲା ଯୁବ ଅଧିକାରୀ ଭାବେ ଯୋଗଦେଇ ଥିଲେ। ତାଙ୍କ ଯୋଗଦାନ ସମୟ ପରଠାରୁ ନେହୁରୁ ଯୁବାକେଦ୍ରର ବିଭିନ୍ନ କାର୍ଯ୍ୟଗୁଡ଼ିକର ଅଗ୍ରଗତି ହୋଇଥିଲା। ଜିଲ୍ଲାର ବିଭିନ୍ନ ଗ୍ରାମର ଯୁବକମାନଙ୍କୁ ନେଇ ସଂଗଠିତ କରି ବିଭିନ୍ନ ପ୍ରତିଯୋଗିତା ଭଲିବଲ, କବାଡ଼ି, ଖୋ ଖୋ, କ୍ରିକେଟ ଭଳି ଖେଳର ଆୟୋଜନ କରିବା ସହ ସ୍ୱଛ ଭାରତ,ଏକ ପେଡ ମା’କେ ନାମ ସହ ବିଏସ୍ଏଫ୍ ସହିତ ମିଳିତ ଭାବେ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳର ଯୁବକଙ୍କୁ ଯୁବ ବିନିମୟ କାର୍ଯ୍ୟକ୍ରମ ପାଇଁ ଭାରତର ବିଭିନ୍ନ ସହର ଯଥା ପଞ୍ଜାବ, ହରିୟାଣା, ବେଙ୍ଗାଲୋର, ଦିଲ୍ଲୀ, ଚେନାଇ ଭଳି ସହରରେ ଯୁବବିନିମୟ କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହ ଆୟୋଜନ କରିପାରିଥିଲେ। ଶ୍ରୀ ରୂପାଲ ନିଜ କାର୍ଯ୍ୟକାଳ ମଧ୍ୟରେ ସମସ୍ତ ସରକାରୀ ଅଧିକାରୀ, ମିଡିଆ କର୍ମୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ନିବିଡ଼ ଭାବେ ଜଡ଼ିତ ରହିଥିଲେ। ବର୍ତମାନ ସେ ମାଲକାନଗିରିରୁ ଦିଲ୍ଲୀକୁ ଟ୍ରାନ୍ସଫର ହୋଇଥିବାରୁ ଜିଲ୍ଲା ସହ ତାଙ୍କ ଆତ୍ମୀୟତାକୁ ସେ ଭୁଲିପାରି ନାହାନ୍ତି। ଆଜିର ଏହି ବିଦାୟ ଉତ୍ସବରେ ମୁଖ୍ୟ ଅତିଥି ବରିଷ୍ଠ ପୋଲିସ ଅଧିକାରୀ ତପନ ନାରୟଣ ରଥ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ପ୍ରସାରଣ ଅଧିକାରୀ ପ୍ରମିଳା ମାଝୀ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମନୋଜ ତୁରୁକ, ଜିଲ୍ଲା ଜିଲ୍ଲା ଯୁବ ଅଧିକାରୀ, ବି. ରମେଶ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରେମ ରେଖା ଭତ୍ରା, ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ, ନମିତା ଦଣ୍ଡସେନା ଉପସ୍ଥିତ ରହିଥିବାବେଳେ ଏହି କାର୍ଯ୍ୟକ୍ରମକୁ ବିନାଶ କୁମାର ମିଶ୍ର ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ