ବିଶ୍ୱର ସର୍ବ ବୃହତ ଏକକ ରଥର ମୁଖ୍ୟ କାରିଗର କୁଳମଣି ମହାରଣାଙ୍କୁ ସମ୍ମାନିତ
କେନ୍ଦୁଝର, ୩ ସେପ୍େଟମ୍ବର (ହି.ସ.) - ବିଶ୍ୱର ସର୍ବ ବୃହତ ଏକକ ରଥର ମୁଖ୍ୟ କାରିଗର କୁଳମଣି ମହାରଣାଙ୍କୁ ସମ୍ମାନିତ କଲା କେନ୍ଦୁଝରଗଡ଼ ପୌରପାଳିକା। ୭୫ତମ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ଅବସର କେନ୍ଦୁଝରଗଡ଼ ପୌରପାଳିକା ତରଫରୁ କେନ୍ଦୁଝର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜୀଉଙ୍କ ରଥ ଏବଂ ଯାହାକି ବିଶ୍ୱର
ବିଶ୍ୱର ସର୍ବ ବୃହତ ଏକକ ରଥର ମୁଖ୍ୟ କାରିଗର କୁଳମଣି ମହାରଣାଙ୍କୁ ସମ୍ମାନିତ


କେନ୍ଦୁଝର, ୩ ସେପ୍େଟମ୍ବର (ହି.ସ.) - ବିଶ୍ୱର ସର୍ବ ବୃହତ ଏକକ ରଥର ମୁଖ୍ୟ କାରିଗର କୁଳମଣି ମହାରଣାଙ୍କୁ ସମ୍ମାନିତ କଲା କେନ୍ଦୁଝରଗଡ଼ ପୌରପାଳିକା। ୭୫ତମ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ଅବସର କେନ୍ଦୁଝରଗଡ଼ ପୌରପାଳିକା ତରଫରୁ କେନ୍ଦୁଝର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜୀଉଙ୍କ ରଥ ଏବଂ ଯାହାକି ବିଶ୍ୱର ସର୍ବ ବୃହତ ଏକକ ରଥଟ ମାନ୍ୟତା ପାଇ ପାଇଥିବା ନନ୍ଦିଘୋଷ ରଥର ମୁଖ୍ୟ କାରିଗର ଶ୍ରୀ କୁଳ କୁଳମଣି ମହାରଣାଙ୍କୁ ଦୀର୍ଘ ୫୦ବର୍ଷ ଧରି କାରିଗର ଭାବରେ ବରେ ଓ ୨୭ବର୍ଷ ଧରି ରଥର ମୁଖ୍ୟ କାରିଗର ଭାବରେ ଦାୟିତ୍ୱ ତୁଲାଇ ଥୂବାରୁ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। 'ଜୀବନ ରେ ଯେତେ ଅଭାବ, ଯନ୍ତ୍ରଣା ତଥା ପ୍ରତିକୂଳ ପରିସ୍ଥିତି ଆସିଥିଲେ ମଧ୍ୟ ପଛଘୁଞ୍ଚା ନଦେଇ ଦେବ ଶ୍ରୀବଳଦେବଜୀଉଙ୍କର କୃପାଲାଭ କରି ଚତୁର୍ଦ୍ଧାମୂରତିଙ୍କ ଘୋଷଯାତ୍ରା ପାଇଁ ଓ ଭକ୍ତି ଏବଂ ଭଗବାନଙ୍କ ଅପୂର୍ବ ମିଳନର ସଂଯୋଗ ହେତୁ ନିଷ୍ଠାର ସହିତ ଏହି ସେବା କରନ୍ତି ବୋଲି କହିଛନ୍ତି ଶ୍ରୀ ମହାରଣା। ସମ୍ମାନିତ ହେବା ପରେ ନିଖୂଳ ଉତ୍କଳ ବିଶ୍ୱକର୍ମା ସମିତି ପକ୍ଷରୁ ତାଙ୍କ ବାସ ଭବନକୁ ଯାଇ ଶୁଭେଚ୍ଛା ଜଣାଇବା ସହିତ ପ୍ରଶଂସିତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande