କେନ୍ଦୁଝର, ୩ ସେପ୍େଟମ୍ବର (ହି.ସ.) - ପାଟଣା ବନାଂଚଳ ଅନ୍ତର୍ଗତ ଟାଙ୍ଗରପଡା ପଂଚାୟତ ମୂଷାପଡା ନିକଟରୁ ବନବିଭାଗ ଗୁରୁତର ଆହତ ଭାଲୁକୁ ଉଦ୍ଧାର କରିଥିଲେ। କୌଣସି ଏକ ଅଜଣା ଯାନ ଧକ୍କାରେ ଗୋଟିଏ ଗାଡ଼ ଭାଲୁକୁ ଗତ ଶୁକ୍ରବାର ପାଟଣା ବନପାଳ ନିରଞ୍ଜନ ସେଠୀ ଉଦ୍ଧାର କରି ବନାଂଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଗୁରୁତର ହୋଇଥିବା ଏହି ଗାଡ଼ ଭାଲୁଟିକୁ ପାଟଣା ବ୍ଲକ ପ୍ରାଣୀ ଚିକିତ୍ସକ ଡଃ ସତ୍ୟ ପ୍ରକାଶ ଦ୍ୱିବେଦୀ ଚିକିତ୍ସା କରୁଥିଲେ। ତେବେ ଗୁରୁତର ଭାଲୁଟିର ଆଜି ପୂର୍ବାହ୍ନରେ ମୃତ୍ୟୁ ହୋଇଥିଲା। ବନ ବିଭାଗ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଭାଲୁର ବ୍ୟବଚ୍ଛେଦ କରାଯାଇ ତାକୁ ବନାଂଚଳ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ବନାଂଚଳ ଅଧୂକାରୀ ବନବିହାରି ସର୍ଦାର ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA