ଜୟପୁର, ୩ ସେପ୍ଟେମ୍ବର (ହି.ସ.) - ହିନ୍ଦୁ ସମାଜ ଜୟପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଜୟପୁର ଉପ ଜିଲାପାଳଙ୍କ ଅନୁପସ୍ଥିତି ରେ ଡେପିଟି କଲେକ୍ଟର ନମ୍ରତା ଗତିଆଙ୍କ ଜରିଆରେ ପ୍ରଦାନ କରାଯାଉଛି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଫିଲିମ ବେଙ୍ଗଲ ଫାଇଲସ କୁ କର ମୁକ୍ତ କରିବାକୁ ଦାବି କରାଯାଇଛି । ଉକ୍ତ ଫିଲମ ରେ ସାମାଜିକ ଘଟଣା ବଳି, ଐତିହାସିକ, ଶିକ୍ଷଣିୟ ବିଷୟ ବସ୍ତୁ ରହିଛି । ଏହି ଫିଲମ ଦେଖି ଦ୍ୱାରା ସମାଜରେ ସାମାଜିକ ରାଜନୈିତିକ କ୍ଷେତ୍ରରେ ଜାଗରଣ ସୃଷ୍ଟି କରିବ ବୋଲି ଉଲ୍ଲେଖ କରାଯାଇଛି । ଯଦ୍ୱାରା ଓଡିଶାରେ ସମସ୍ତେ ଭିଲିମ ଦେଖି ପାରିବେ ଓ ଭାରତର ବେଙ୍ଗଲ ବିଭାଜନ ସମୟରେ ହୋଇଥିବା ଦୁଦ୍ଧଶା ଅବସ୍ଥା ଆସିବାକୁ ଦେବେ ନାହିଁ । ଏକ ପଦ ଯାତ୍ରା ରେ ଯାଇ ଦାବି ପତ୍ର ପ୍ରଦାନ କରିଥିଲେ । ଲଳିତ ଅଗ୍ରଓାଲ, ସନ୍ତୋଷ ସାହୁ,ନିରଞ୍ଜନ ପାଣିଗ୍ରାହୀ, ସତିଶ ନନ୍ଦ, ରବି ପାଢୀ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି