ରାଜ୍ୟପାଳଙ୍କୁ ସାକ୍ଷାତ କଲେ ସୂଚନା କମିଶନ୍
ରାଜ୍ୟପାଳଙ୍କୁ ସାକ୍ଷାତ କଲେ ସୂଚନା କମିଶନ୍ ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.) ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ମନୋଜ ପରିଡାଙ୍କ ନେତୃତ୍ୱରେ ଆଜି ରାଜ୍ୟ ସୂଚନା କମିଶନର ବୃନ୍ଦ ମାନ୍ୟବର ରାଜ୍ୟପାଳଙ୍କୁ ରାଜଭବନରେ ଭେଟିଥିଲେ। କମିଶନରମାନେ ବିଭିନ୍ନ କାର୍ଯ୍ୟକଳାପ ଏବଂ ବିଚାରାଧୀନ ମାମଲାଗ
ରାଜ୍ୟପାଳଙ୍କୁ ସାକ୍ଷାତ କଲେ ସୂଚନା କମିଶନ୍


ରାଜ୍ୟପାଳଙ୍କୁ ସାକ୍ଷାତ କଲେ ସୂଚନା କମିଶନ୍

ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.) ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ମନୋଜ ପରିଡାଙ୍କ ନେତୃତ୍ୱରେ ଆଜି ରାଜ୍ୟ ସୂଚନା କମିଶନର ବୃନ୍ଦ ମାନ୍ୟବର ରାଜ୍ୟପାଳଙ୍କୁ ରାଜଭବନରେ ଭେଟିଥିଲେ। କମିଶନରମାନେ ବିଭିନ୍ନ କାର୍ଯ୍ୟକଳାପ ଏବଂ ବିଚାରାଧୀନ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ କମିଶନର ସାମ୍ପ୍ରତିକ ପଦକ୍ଷେପସମୂହ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ପାଇଁ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅନ୍ୟ ରାଜ୍ୟର ସୂଚନା କମିଶନଙ୍କ ଦ୍ଵାରା ପ୍ରବର୍ତ୍ତିତ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ପ୍ରଚଳନ ପାଇଁ କମିଶନଙ୍କୁ ପ୍ରଶଂସା କରିଥିଲେ। ସେ ପରାମର୍ଶ ଦେଇଥିଲେ ଯେ ସୂଚନା ଅଧିକାର ମାମଲା ସହ ଜଡିତ ବିଭିନ୍ନ ସରକାରୀ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରତିଷ୍ଠାନରେ ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ଉଚିତ। ସେ ଏହା ମଧ୍ୟ କହିଥିଲେ ଯେ ସୂଚନା ଅଧିକାର ଆଇନର ଲାଭ ଉଠାଇବା ପାଇଁ ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକର ଆଦିବାସୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରାଯିବା ଉଚିତ। କମିଶନର ସଦସ୍ୟମାନେ ଉପସ୍ଥାପନ କରିଥିଲେ ଯେ ମାମଲା ସମାଧାନ ପାଇଁ ଉପଯୁକ୍ତ ଡିଜିଟାଲାଇଜେସନ୍ ପ୍ରଚଳନ କରାଯାଇଛି। ଆବେଦନକାରୀମାନେ ସେମାନଙ୍କର ଆବେଦନ ଅନଲାଇନରେ ଦାଖଲ କରିପାରିବେ ଏବଂ କମିଶନ ଦ୍ୱାରା ପ୍ରଦତ୍ତ ସମସ୍ତ ନିର୍ଦ୍ଦେଶ ସାଧାରଣ ଲୋକଙ୍କ ପାଇଁ ଏହାର ସରକାରୀ ୱେବସାଇଟରେ ମଧ୍ୟ ଉପଲବ୍ଧ ହୋଇ ପାରୁଛି । ଆବେଦନକାରୀମାନଙ୍କୁ ମାମଲାର ଶୁଣାଣି ପାଇଁ ଭୁବନେଶ୍ୱର ଯିବାରେ ହେଉଥିବା ଅସୁବିଧା ଦୂର କରିବା ପାଇଁ ରାଜ୍ୟପାଳ କମିଶନରମାନଙ୍କୁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ପରିଦର୍ଶନ କରି ସେଠାରେ ଶୁଣାଣି କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳ କମିଶନଙ୍କୁ ଅଧିକ ତ୍ୱରାନ୍ୱିତ ସମାଧାନ ଏବଂ ବିଚାରାଧୀନ ମାମଲାଗୁଡ଼ିକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବାକୁ ରାଜ୍ୟପାଳ କମିଶନଙ୍କୁ ପରାମର୍ଶ ଦେଇଥିଲେ। କମିଶନର ଶ୍ରୀ ସୁଶାନ୍ତ କୁମାର ମହାନ୍ତି, ଶ୍ରୀ ଜଗନ୍ନାଥ ରଥ, ଶ୍ରୀ ପ୍ରଣବିନ୍ଦୁ ଆଚାର୍ଯ୍ୟ, ଶ୍ରୀ ପବିତ୍ର ମଣ୍ଡଳ ଏବଂ ଶ୍ରୀମତୀ କଳ୍ପନା ପଟ୍ଟନାୟକ ପ୍ରମୁଖ ସାକ୍ଷାତ ସମୟରେ ଉପସ୍ଥିତ ଥିଲେ ଏବଂ କମିଶନର କାର୍ଯ୍ୟକଳାପ ବିଷୟରେ ଅବଗତ କରିବା ପାଇଁ ସୁଯୋଗ ଦେଇଥିବା ନିମନ୍ତେ ରାଜ୍ୟପାଳଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande