ନିଶା କାରବାର ସୂଚନାକୁ ନେଇ ଯୁବକଙ୍କୁ ହତ୍ୟା
ସମ୍ବଲପୁର, ୦୩ ସେପ୍ଟେମ୍ବର(ହି.ସ.) – ଧନୁପାଲି ଥାନା ଅନ୍ତର୍ଗତ ଭୁତାପଡ଼ା ଓରାମପଡ଼ାର ବାବୁ ମଦଭାଟି ନିକଟରେ ମୋତିଝରଣ ଗୁଅ।।ଲାପଡ଼ାର ମହମ୍ମଦ ରିଙ୍କୁ ଓରଫ ଛୋଟୁ(୨୫) ନାମକ ଯୁବକଙ୍କୁ କେତେକ ଦୁର୍ବୃତ ଛୁରିଭୁଷି ହତ୍ୟା କରିଥିବା ଜଣାଯାଇଛି। ଏସମ୍ପର୍କରେ ଖବର ପାଇ ତୁରନ୍ତ ଧନୁପାଲି ଥାନା ପୋଲିସ ବିଭିନ
ନିଶା କାରବାର ସୂଚନାକୁ ନେଇ ଯୁବକଙ୍କୁ ହତ୍ୟା


ସମ୍ବଲପୁର, ୦୩ ସେପ୍ଟେମ୍ବର(ହି.ସ.) – ଧନୁପାଲି ଥାନା ଅନ୍ତର୍ଗତ ଭୁତାପଡ଼ା ଓରାମପଡ଼ାର ବାବୁ ମଦଭାଟି ନିକଟରେ ମୋତିଝରଣ ଗୁଅ।।ଲାପଡ଼ାର ମହମ୍ମଦ ରିଙ୍କୁ ଓରଫ ଛୋଟୁ(୨୫) ନାମକ ଯୁବକଙ୍କୁ କେତେକ ଦୁର୍ବୃତ ଛୁରିଭୁଷି ହତ୍ୟା କରିଥିବା ଜଣାଯାଇଛି।

ଏସମ୍ପର୍କରେ ଖବର ପାଇ ତୁରନ୍ତ ଧନୁପାଲି ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ହତ୍ୟା ଅଭିଯୁକ୍ତକୁ କଚେରୀ ନିକଟ ବ୍ୟାଙ୍କ କଲୋନୀର କାଳିଆ ଓରଫ ପ୍ରମୋଦ କଲେତ(୩୦)କୁ ଗିରଫ କରିଛି। ସୂଚନାନୁସାରେ ବୁଧବାର ସକାଳେ ମୃତକ ରିଙ୍କୁ କୌଣସି କାମରେ ଓରାମପଡ଼ାର ଉକ୍ତ ମଦଭାଟି ନିକଟକୁ ଯାଇଥିଲେ। ଏଠାରେ ଅଭିଯୁକ୍ତ କାଳିଆ ତାଙ୍କୁ ଏକାକୀ ଦେଖି ଧାରୁଅ।। ଅସ୍ତ୍ରରେ ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତର ଆହତ ରିଙ୍କୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ମୃତ ରିଙ୍କୁର ବଡ଼ଭାଇ ମହମ୍ମଦ ସୈଫଙ୍କ ଏତଲା ଆଧାରରେ ଧନୁପାଲି ଥାନାରେ ୩୦୭/୨୫ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପରେପରେ ମୃତକର ଶବକୁ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଛେଦ ପରେ ଅପରାହ୍ନରେ ମୃତକଙ୍କ ପରିବାର ମୃତଦେହ ହସ୍ତାନ୍ତର କରାଯାଇଛି। ଅପରପକ୍ଷରେ ମୃତକଙ୍କ ବଡ଼ଭାଇ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, କୌଣସି କଥାକୁ ନେଇ ଗତ ୪ ଦିନ ତଳେ ଅଭିଯୁକ୍ତ କାଳିଆ ଓ ତାଙ୍କ ଭାଇଙ୍କ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା। ମଙ୍ଗଳବାର ମଧ୍ୟ ତାଙ୍କ ଭାଇଙ୍କ ସହ ମୁହାଁମୁହିଁ ହେବାରୁ ଅଭିଯୁକ୍ତ କାଳିଆ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଉକ୍ତ ଧମକ ଅନୁସାରେ ବୁଧବାର ସ୍ପଷ୍ଟ ଦିବାଲୋକରେ ସର୍ବ ସମ୍ମୁଖରେ ସେ ତାଙ୍କ ଭାଇଙ୍କୁ ହତ୍ୟା କରିଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ମହମ୍ମଦ ସୈଫ୍‌।

ଅପରପକ୍ଷରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଏସ୍ ଡି ଜେଏମ୍ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ କାଳିଆଙ୍କୁ ସମ୍ବଲପୁର ମଣ୍ଡଳ ଜେଲକୁ ପଠାଇ ଦିଆଯାଇଛି। ତେବେ ଧନୁପାଲି ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୃତକ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଭାବେ ଏକାଧିକ ଅପରାଧିକ ମାମଲାରେ ଲିପ୍ତ। ତାଙ୍କ ନାମରେ ଏକାକୀ ଧନୁପାଲି ଥାନାରେ ଗତ ୨୦୧୧ ମସିହାରୁ ନିୟମିତ ଭାବେ ୧୩ରୁ ଅଧିକ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଛି। ତେବେ ଏହି ହତ୍ୟାକାଣ୍ଡ ଟଙ୍କା ଲୁଟ୍‌କୁୁ ନେଇ ଘଟିଛି। ମୃତକ ଅଭିଯୁକ୍ତଙ୍କ ନିକଟରୁ ଟଙ୍କା ଲୁଟି ନେବାରୁ ଉତ୍ୟକ୍ତ ହୋଇ ସେ ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ତେବେ ଏହି ଘଟଣାକୁ ନେଇ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି। ମାତ୍ର ଏହି ହତ୍ୟାକାଣ୍ଡ ନିଶା କାରବାରକୁ ନେଇ ଉଭୟଙ୍କ ମଧ୍ୟରେ ରହିଥିବା ଶତ୍ରୁତାରୁ ଘଟିଛି ବୋଲି ଚର୍ଚ୍ଚା ହେଉଛି। ସୂଚନା ଯୋଗ୍ୟ ଯେ, ନିଶାକାରବାରକୁ ନେଇ ସମ୍ବଲପୁରରେ ଏହା ତୃତୀୟ ହତ୍ୟାକାଣ୍ଡ। ଏହାପୂର୍ବରୁ ଗତ ୨୦୨୪ ମଇ ୨୧ ତାରିଖରେ ନିଶା କାରବାରକୁ ନେଇ ଗୋବିନ୍ଦତୋଲାର ସଞ୍ଜୟ ନାଏକ ନାମକ ଜଣେ ଯୁବକ ହତ୍ୟାର ଶିକାର ହୋଇଥିବା ବେଳେ ଗତ ୨୦୨୪ ଅକ୍ଟୋବର ୨୨ ତାରିଖରେ ସାହୁ କଲୋନୀର ଲଳିତା ଦେବୀ ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande