କଲେଜ ଛାତ୍ରୀ ଫୋନ ଚୋରୀ ଅଭିଯୋଗରେ ଦୁଇ ଯୁବକ ଗିରଫ
ଘଟଗାଁ, ୩ ସେପ୍ଟେମ୍ବର(ହି.ସ) - ଫୋନ ଚୋରୀ ଅଭିଯୋଗରେ ଦୁଇ ଯୁବକ ଗିରଫ ହୋଇଥିବା ଜଣା ପଡିଛି। ପୋଲିସ ରିପୋର୍ଟ ରୁ ଜଣା ପଡିଛି ଘଟଗାଁ ଥାନା ବେଢାପାଳ ଗ୍ରାମର କେଦାର ଦାସ ଙ୍କ ଝିଅ ବର୍ଷାରାଣୀ ଦାସ (୧୯) ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଘଟଗାଁ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ରେ ପଢୁଥିଲେ।ପ୍ରତିଦିନ ପରି
କଲେଜ ଛାତ୍ରୀ ଫୋନ ଚୋରୀ ଅଭିଯୋଗରେ ଦୁଇ ଯୁବକ ଗିରଫ।


ଘଟଗାଁ, ୩ ସେପ୍ଟେମ୍ବର(ହି.ସ) - ଫୋନ ଚୋରୀ ଅଭିଯୋଗରେ ଦୁଇ ଯୁବକ ଗିରଫ ହୋଇଥିବା ଜଣା ପଡିଛି। ପୋଲିସ ରିପୋର୍ଟ ରୁ ଜଣା ପଡିଛି ଘଟଗାଁ ଥାନା ବେଢାପାଳ ଗ୍ରାମର କେଦାର ଦାସ ଙ୍କ ଝିଅ ବର୍ଷାରାଣୀ ଦାସ (୧୯) ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଘଟଗାଁ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ରେ ପଢୁଥିଲେ।ପ୍ରତିଦିନ ପରି ଅଗଷ୍ଟ ୩୦ତାରିଖ ସାଇକେଲ ଯୋଗେ ମହାବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ତରା- ବେଢାପାଳ ରାସ୍ତା ମଝି ଝଟିଆ ଜଙ୍ଗଲ ପଥର କ୍ରସର ପାଖରେ ଏକ ରାଇଡର ମୋଟର ସାଇକେଲରେ ଘଟଗାଁ ଥାନା ଖମଣ ମୁଣ୍ଡ ଗ୍ରାମର ଅକ୍ଷୟ କୁମାର ସିଂ ଙ୍କ ପୁଅ ମୋନରଞ୍ଜନ ସିଂ (୨୧) ଓ ଉକ୍ତ ଗ୍ରାମର ଶ୍ରବଣ ବେହେରା ପୁଅ ଅଲୋକ ବେହେରା (୧୯) ରାଇଡର ମୋଟର ସକେଲରେ ଆସି ପହଂଚି ଏବଂ ଏଇଟା କେଉଁ ଗାଁକୁ ରାସ୍ତା ବୋଲି ପଚାରିଥିଲେ। କଥା ହେବା ସମୟରେ ମୋଟର ସାଇକେଲ ପଛରେ ବସିଥିବା ଯୁବକ ବର୍ଷାରାଣୀ ଠାରୁ ମୋବାଇଲ ଫୋନ ଝାମ୍ପି ନେଇଥିଲା। ଘଟଣା ସଂକ୍ରାନ୍ତରେ କେଦାର ଦାସ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଗାଁ ଥାନା ଅଧିକାରୀ ତଦନ୍ତ କରି ଉପର ଲିଖିତ ଦୁଇ ଯୁବକଙ୍କୁ ଗିରଫ କରିଥିଲେ। ସତ୍ୟାସତ୍ୟ ପ୍ରମାଣିତ ହେବା ପରେ କେସ ନମ୍ବର ୩୬୩ ଦଫା ୩୦୩(୨)/୩(୫) ବିଏନଏସ ଯୋଗେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande