ସୁବର୍ଣ୍ଣପୁର ଦି, 3 ସେପ୍ଟେମ୍ବର (ହି.ସ.)ତରଭା ବ୍ଲକ ପଣ୍ଡରାପିଟା ଗ୍ରାମବାସୀ କିଡ଼ନୀ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ଓ ଏହାର ପ୍ରତିକାର କରିବା ନେଇ ଗ୍ରାମବାସୀ ତରଭା ବିଡ଼ିଓ ଙ୍କ ଗୁହାରି କରିଥିବା ଜଣାଯାଇଛି I
ସୂଚନା ଅନୁଯାୟୀ ତରଭା ବ୍ଲକ ଅନ୍ତର୍ଗତ ଦୁବୁଲା ଗ୍ରାମ ପଞ୍ଚାୟତର ପଣ୍ଡରାପିଟା ଗ୍ରାମଟି ଭାଲୁବୁଢା ପାହାଡର ପାଦଦେଶରେ ରହି ଅଛି I ଏଠାରେ ପ୍ରାୟ ୪୦୦ଜଣ ବିଭିନ୍ନ ବର୍ଗ ର ଲୋକ ବସବାସ କରୁଛନ୍ତି I ବର୍ତ୍ତମାନ ପଣ୍ଡରାପିଟା ଗ୍ରାମରେ ପ୍ରାୟ ୫୦ ଜଣରୁ ଅଧିକ ଲୋକ କିଡନୀ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି । ବିଗତ ଦିନରେ ପ୍ରାୟ ୧୦ ଜଣ ପ୍ରାଣ ହରାଇ ସାରିଥିବାର ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମତେ ଗ୍ରାମ ରେ ଥିବା ପାନୀୟ ଜଳରୁ କିଡ଼ନୀ ରୋଗ ବ୍ୟାପୁଛି ବୋଲି ଆଶା କରୁଛୁ। ଏହି ରୋଗ ବ୍ୟାପୁଥିବା କାରଣ ଓ ଏହାର ପ୍ରତିକାର, ରୋଗଗ୍ରସ୍ତ ଲୋକଙ୍କ ସୁବିଧା କରିବା ପାଇଁ ତରଭା ବିଡ଼ିଓ ଗଙ୍ଗାରାମ ବୁଡ଼େକଙ୍କ ଠାରେ ଗୁହାରି କରିବା ସହ ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ ସମ୍ମିଳଳିତ ଦାବୀପତ୍ର ପ୍ରଦାନ କରିଥିବାର ଜଣାଯାଇଛି I ପଣ୍ଡରାପିଟା ଗ୍ରାମରୁ ସୋମନାଥ ନାଗ, ବିଶ୍ୱନାଥ ନାଗ, ବିବାନ ସୁନା, ହରି ସୁନା ଅମିତ ସୁନା, ଧ୍ରୁବ ନାଗ, ମୁକୁନ୍ଦ କୁମ୍ଭାର କିରଞ୍ଚି ନାଗ କମିଳ ନାଗ ପ୍ରମୁଖ ଆସି ତରଭା ବିଡ଼ିଓ ଙ୍କୁଗୁହାରି କରିଥିଲେ I ଦିନକୁ ଦିନ ପଣ୍ଡିରାପିଟା ଗ୍ରାମରେ କୀଡୀନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି I ଆମ ପ୍ରତିନିଧିଙ୍କ ନିକଟରେ ମୋର ମା ମାଳତୀ ନାଗ (୭୦) ଏବଂ ମୋ ସ୍ତ୍ରୀ ପ୍ରତିମା ନାଗ (୪୦)ଙ୍କଏହି ରୋଗ ରେ ମୃତ୍ୟୁ ହୋଇଛି I ଏମାନଙ୍କୁ ଚିକିତ୍ସା କରାଯାଇ ଡାଇଲିସ ମଧ୍ୟ୍ୟ କରାଯାଉ ଥିଲା ବୋଲି ପ୍ରକାଶ କରନ୍ତି I ସେହିପରି ଆମ ପଡାର ଦୁତୀୟ ମହାନନ୍ଦ(୩୫),ରାତ୍ର ବାରିକ (୪୫) ଙ୍କ ମୃତ୍ୟୁ ହୋଇ ଥିବାର ସୋମନାଥ ପ୍ରକାଶ କରନ୍ତି I ଅନେକ ସମୟରେ ଗାଁ ରେ ଥିବା ନଳକୂଅ ମାନଙ୍କର ପାଣି ପରୀକ୍ଷା କରାଯାଇ ଥିବା ଓ ଏହା କୀଡୀନି ରୋଗ ର ଲକ୍ଷଣ ବାହାରିଥିବାର ସୋମନାଥ ପ୍ରକାଶ କରନ୍ତି I ବିଡ଼ିଓ ଅଭିଯୋଗ ପାଇବା ପରେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ପଣ୍ଡରାପିଟା ଗ୍ରାମର ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ନେଇ ନିର୍ଦ୍ଦେଶ ଦେଇଥିବାର ବିଡ଼ିଓ ପ୍ରକାଶ କରନ୍ତି ଦାବୀପତ୍ର ର ଏକକିତା ନକଲ ସୁବର୍ଣ୍ଣପୁର ଜିଲ୍ଲାପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ ମନ୍ତ୍ରୀ, ଭୁବନେଶ୍ବର, ଏବଂ ସୁବର୍ଣ୍ଣପୁର ସି. ଡି. ଏମ. ଓ. ଙ୍କୁ ପଠାଯାଇଛି । ପଣ୍ଡରାପିଟା ଗ୍ରାମରେ ଲାଗି ରହିଥିବା କୀଡୀନି ରୋଗ ସମସ୍ୟାଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ସହ ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଓ ସଚେତନ ନାଗରିକ ଦାବୀ କରୁଛନ୍ତି ।
-
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ