ଭୁବନେଶ୍ୱର, ୦୩ ସେପ୍ଟେମ୍ବର (ହି.ସ.) - ପୁରୀ ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ।ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ହୋଇଛି। ଏ ନେଇ ପରିଚାଳନା କମିଟି ସରକାରଙ୍କୁ ପ୍ରସ୍ତାବ ଦେବେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହେବ। ସେପ୍ଟେମ୍ବର ୧୫ ସୁଦ୍ଧା ସବୁ ପ୍ରକ୍ରିୟା ସାରି ଧାଡି ଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା