ବଲାଙ୍ଗୀର, ୦୩ ସେପ୍ଟେମ୍ବର(ହି.ସ.) – ଅଗଷ୍ଟ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ନେହେରୁ ଇନ୍ଡୋର ଷ୍ଟାଡିୟମ, ତାମିଲନାଡୁ ଠାରେ ଜାତୀୟ ସବ୍ ଜୁନିୟର କିକ୍ ବକ୍ସିଂ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଥିଲା। ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠଙ୍କ ତତ୍ୱାବଧାନରେ ବଲାଙ୍ଗୀର ଜିଲ୍ଲା ଅମ୍ରେଚର କିକ୍ ବକ୍ସିଂ ସଂଘ ଓ ଶେଖର କିକ୍ ବକ୍ସିଂ ଏକାଡେମୀରୁ ଅଭିପ୍ସା ହୋତା(୬୫) କେଜି ବର୍ଗ ପଏଂଟ ଫାଇଟରେ କାଂସ୍ୟ ପଦକ ହାସଲ କରି ଗୌରବ ଆଣିଛନ୍ତି। ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ, ଜିଲ୍ଲା ଆମ୍ରେଚର କିକ୍ ବକ୍ସିଂ ସଂଘର ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର, କରାଟେ ସଂଘର ସଂପାଦକ ହୃଦୟ ଶବର ଓ ଶେଖର କିକ୍ ବକ୍ସିଂ ଏକାଡେମୀର ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ, ସଦସ୍ୟ ସୁରେନ୍ଦ୍ର ସାହୁ, ବଦ୍ରିନାଥ ହୋତା, ମୁରଲି ମହାକୁର ତଥା ପ୍ରମୁଖ ଖେଳାଳି କ୍ରିଷ୍ଣା, ଖ୍ୱାଇସ, କିରନ୍, ପ୍ରୀୟାଂଶି ଇତ୍ୟାଦି ଶୁଭେଚ୍ଛା ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ