ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.) କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବଡପାଟସୁନ୍ଦରପୁର ନିବାସୀ ଧର୍ମନିଷ୍ଠ, ପରୋପକାରୀ, ଅତ୍ୟନ୍ତ ସ୍ନେହୀ ଓ ସମସ୍ତିଙ୍କ 'ବଣିଆ ମା ' ଶ୍ରୀମତୀ ଦୁଃଖୀ ସେନାପତି ଈହଲୀଳା ସମ୍ବରଣ କରି ପରଲୋକ ଗମନ କରିଛନ୍ତି। ସେ ସ୍ୱର୍ଗତ ଲକ୍ଷ୍ମଣ ସେନାପତିଙ୍କର ଧର୍ମପତ୍ନୀ ଥିଲେ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ପବିତ୍ର ମୋହନ ସେନାପତି ଓ କାଳୀ ଚରଣ ସେନାପତିଙ୍କର ମାତା ଥିଲେ। ତାଙ୍କ ଅବର୍ତ୍ତମାନରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ