ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, 3 ସେପ୍ଟେମ୍ବର (ହି.ସ.) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ହିନ୍ଦୁସ୍ଥାନ୍ ସେଲସ ର ମାଲିକ ଜଗଦୀଶ ଅଗ୍ରୱାଲ୍ ମୁଖ୍ୟ ଅତିଥି ଭାବେ
ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, 3 ସେପ୍ଟେମ୍ବର (ହି.ସ.)

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ହିନ୍ଦୁସ୍ଥାନ୍ ସେଲସ ର ମାଲିକ ଜଗଦୀଶ ଅଗ୍ରୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ କିଶୋର ଚନ୍ଦ୍ର ପଣ୍ଡା, ସ୍ଥାନୀୟ ପରିଚାଳନା ସମିତିର ସଭାପତି, କୈଳାସ ଚନ୍ଦ୍ର ମିଶ୍ର, ବିଦ୍ୟାଭାରତୀ ପୂର୍ବକ୍ଷେତ୍ରର ସଂସ୍କୃତିଜ୍ଞାନ ପରିଯୋଜନାର ପ୍ରମୁଖ, ଶିକ୍ଷା ବିକାଶ ସମିତି, ଯୁକ୍ତ ଦୁଇର ଶୈକ୍ଷିକ ସଂଯୋଜକ, ନିରଞ୍ଜନ ମିଶ୍ର, ପୂର୍ବତନ ଅଧ୍ୟାପକ, ସ୍ଥାନୀୟ ଆଇନ୍ ମହାବିଦ୍ୟାଳୟ ଉପସ୍ଥିତ ଥିଲେ । ଏହି ଅବସରରେ କୈଳାସ ଚନ୍ଦ୍ର ମିଶ୍ର ଶିଶୁମାନଙ୍କୁ ନିଜର ବୌଦ୍ଧିକ ମାଧ୍ୟମରେ ମାର୍ଗଦର୍ଶନ କରି ଶିଶୁ କିପରି ଭଲ ପାଠ ପଢିବା ସହିତ ଭଲ ମଣିଷ ହୋଇ ଦେଶର ସୁନାମ ଅର୍ଜନ କରିବେ ଏବଂ ଏହିଭଳି କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରିବେ ସେଥିପାଇଁ ଉଦ୍ୟମ କରିବା ବିଧେୟ ବୋଲି କହିଥିଲେ । ଗତ ମ୍ୟାଟ୍ରିକ୍ ପରୀକ୍ଷାରେ A1 ନମ୍ବର ରଖିଥିବା ବିଦ୍ୟାଳୟର ସମସ୍ତ ଶିଶୁ ଭାଇ ଭଉଣୀ ଦିବ୍ୟାଶ୍ରୀ ଦୈବୀଶକ୍ତି, ଅର୍ପିତା ମିଶ୍ର, ସୁଶ୍ରୀ ପାଢୀ, ସୋହନ କୁମାର ଦାଶ ଓ ଅଭିପ୍ସା ପଟ୍ଟନାୟକଙ୍କୁ ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ଅର୍ଥ ଆକାରରେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟନାରାୟଣ ସେଠୀ । ସେହିପରି ଏହି କାର୍ଯ୍ୟକ୍ରମର ପରିଚାଳନା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା କରାଯାଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ମହାପାତ୍ର । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତା ପୂର୍ବକ ସମ୍ପାଦିତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande