ମାଲକାନଗିରି, ୩ ସେପ୍ଟେମ୍ବର (ହି.ସ.)ମାଲକାନଗିରି କଲେଜରେ ଯୁବ ରେଡ୍ କ୍ରସ୍ (ୱାୟୀ ଆର ସି) ଜିଲ୍ଲା କାର୍ଯ୍ୟକାରିଣୀ ସମିତିର ବୈଠକ ଗମ୍ଭୀର ଓ ଗରିମାୟୁକ୍ତ ପରିବେଶରେ ଆୟୋଜିତ ହେଲା ।କାର୍ଯ୍ୟକ୍ରମର ଆରମ୍ଭରେ ଯୁବ ରେଡ୍ କ୍ରସ ପ୍ରତିଷ୍ଠାତା ଙ୍କ ଫଟୋଚିତ୍ର ରେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ!ଏହାପରେ ଯୁବ ସେବକ-ସେବିକାମାନେ ମଧୁର ସ୍ୱରରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପରେ ଯୁବ ରେଡ୍ କ୍ରସ ସଂଯୋଜକ ତଥା ସମ୍ପାଦକ ବିଗ୍ନେଶ୍ୱର ପିଡ଼ିସିକା ଅତିଥିମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇ ସ୍ୱାଗତ ଅଭିଭାଷଣ ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ତଥା ଉପାଧ୍ୟକ୍ଷ, ଜିଲ୍ଲା ରେଡ୍ କ୍ରସ୍ ସୋସାଇଟି ଯୋଗଦେଇ ଥିଲେ। ଶ୍ରୀମତୀ ପ୍ରେମ ରେଖା ଭୋତ୍ର।, ଅଧ୍ୟକ୍ଷା, ମାଲକାନଗିରି କଲେଜ ତଥା ଯୁବ ରେଡ କ୍ରସ୍ ଅଧ୍ୟକ୍ଷା ସଭା ରେ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ସୁନୀଲ କୁମାର ନାୟକ ଜିଲ୍ଲା ଅଗ୍ନୀଶ୍ରମ ଅଧିକାରୀ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ସୁଶାନ୍ତ ମାଝୀ,( ଏ ଏନ ଓ) ସମର ଶକ୍ଷାର୍ଥୀ ବାହିନୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ମାଲକାନଗିରି କଲେଜ ପରିସରରେ ଆୟୋଜିତ ଏହି ବୈଠକରେ ମହାବିଦ୍ୟାଳୟର ବହୁ ଯୁବ ରେଡ କ୍ରସ ସଦସ୍ୟ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାଗ ନେଇଥିଲେ । ଏଥିରେ ଜିଲ୍ଲା ଯୁବ ରେଡ କ୍ରସ ତରଫରୁ ଉନ୍ନତି କରଣ ଦିଗ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଯୁବ ରେଡ କ୍ରସ ଜିଲ୍ଲା ସମନ୍ୱୟକାରୀ ପରିଚାଳନା କରିଥିଲେ!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ