ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍କୁଲରେ ଶିଶୁଙ୍କ ଜଡ଼ିତ ଯୌନ ସମ୍ବନ୍ଧୀୟ ଆଇନ୍‌, ଶିଶୁ ନିର୍ଯ୍ୟତନା ଏବଂ ପୋକ୍‌ସ ଆଇନ୍ ତଥା ଜାତୀୟ ଆଇନ ସବୋ ପ୍ରାଧିକରଣ (ନାଲ୍‌ସା)ର ପିଡ଼ିତା କ୍ଷତିପୂରଣ ଯୋଜନା,
ZILLA AAIN SEVA PRADHIKARAN


ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍କୁଲରେ ଶିଶୁଙ୍କ ଜଡ଼ିତ ଯୌନ ସମ୍ବନ୍ଧୀୟ ଆଇନ୍‌, ଶିଶୁ ନିର୍ଯ୍ୟତନା ଏବଂ ପୋକ୍‌ସ ଆଇନ୍ ତଥା ଜାତୀୟ ଆଇନ ସବୋ ପ୍ରାଧିକରଣ (ନାଲ୍‌ସା)ର ପିଡ଼ିତା କ୍ଷତିପୂରଣ ଯୋଜନା, ୨୦୧୮ ସମ୍ବନ୍ଧିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ତାଙ୍କ ବକ୍ତବ୍ୟରେ ପିଲାମାନଙ୍କୁ ଶିଶୁଙ୍କ ସହ ଜଡ଼ିତ ଯୌନ ସମ୍ବନ୍ଧୀୟ ଆଇନ୍‌, ଶିଶୁ ଯୌନ ନିର୍ଯ୍ୟତନା ଏବଂ ପୋକ୍‌ସୋ ଆଇନ୍ ଯାହାକି ନାଲସାର ପିଡ଼ିତା କ୍ଷତିପୂରଣ ଯୋଜନା-୨୦୧୮ ଇତ୍ୟିାଦି ସମ୍ବନ୍ଧରେ ବୁଝାଇଥିଲେ । ତତ୍‌ସହ ସଚିବ ଶ୍ରୀ ରଥ ପିଲାମାନଙ୍କ ସହ ପାରସ୍ପରିକ ଅଧିବେଶନ ମଧ୍ୟ କରାଇ ପିଲାମାନଙ୍କୁ ଅତିସରଳ ଭାବରେ ଉକ୍ତ ଆଇନ ସବୁକୁ ବୁଝାଇଥିଲେ ଏବଂ ପିଲାମାନଙ୍କୁ ଗୁଡ଼ ଟଚ୍ ଓ ବ୍ୟାଡ଼୍ ଟଚ୍‌ର ଶିକ୍ଷା ଏବଂ ପିଲମାନେ ସମାଜରେ କିପରି ଭଦ୍ର ଏବଂ ଶିକ୍ଷିତ ହେବା ସହ ସମାଜକୁ ଏକ ସୁସ୍ଥ ବାତାବରଣରେ ଗଢ଼ି ତେଳିବା ସହ ନିଜକୁ ନିଜେ ସୁରକ୍ଷିତ ତଥା ବ୍ୟକ୍ତିତ୍ୱର ବିକାଶ ପାଇଁ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ଭଦ୍ରକର ଚେୟାରମ୍ୟାନ୍ ଦେବରାଜ ପାଣିଗ୍ରାହୀ, ଭଦ୍ରକ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ, ଶିଶୁ ଯତ୍ମ ଓ ସୁରକ୍ଷା ଅଫିସର ଲିଗାଲ ପ୍ରୋବେସନ୍ ଅଧିକାରୀ ସୁବ୍ରତ କୁମାର ଦାଶ, ଡ଼. ତାପସ କୁମାର ମହାନ୍ତି ଓ ବହ୍ନିଶିଖା ବିଶ୍ୱାଳ ସହକାରୀ ଏଲ୍‌.ଏ.ଡ଼ିସ୍‌.ଏସ୍‌.ଭଦ୍ରକ, ଜିଲ୍ଲା ସ୍କୁଲ ଭଦ୍ରକର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପାନାମଣି ବେହେରା, ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମିଲି ପରିଡ଼ା, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର କର୍ମୀଗଣ ସହଯୋଗ କରି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande