ଶ୍ମଶାନରେ ଆଲୋକ ଲଗାଇଲେ ଯୁବ-ସମାଜସେବୀ ଦେବନାଥ
କେନ୍ଦ୍ରାପଡ଼ା, ୦୩ ସେପ୍ଟେମ୍ବର(ହି.ସ.) – ଅନ୍ଧାରରେ ଶବସତ୍କାର କରୁଥିଲେ ଓଳାଭର ଅଂଚଳବାସୀ। କନିକା ସ୍ୱାଧୀକାର ୩/୯/୨୦୨୫ ଆଳି ନିର୍ବାଚନ ମଣ୍ଡଳୀ ଓଳାଭର ଗ୍ରାମର ଶ୍ମଶାନ ଓ ମୁସଲିମ ବସ୍ତି କବରସ୍ଥାନରେ ଦୀର୍ଘଦିନ ହେବ ଆଲୋକ ନଥିବାରୁ ରାତିରେ ପଂଚାୟତବାସୀ ଶବସତ୍କାର ପାଇଁ ନାନାପ୍ରକାର ଅସୁବିଧାର ସମ୍
ଶ୍ମଶାନରେ ଆଲୋକ ଲଗାଇଲେ ଯୁବ-ସମାଜସେବୀ ଦେବନାଥ


କେନ୍ଦ୍ରାପଡ଼ା, ୦୩ ସେପ୍ଟେମ୍ବର(ହି.ସ.) – ଅନ୍ଧାରରେ ଶବସତ୍କାର କରୁଥିଲେ ଓଳାଭର ଅଂଚଳବାସୀ। କନିକା ସ୍ୱାଧୀକାର ୩/୯/୨୦୨୫ ଆଳି ନିର୍ବାଚନ ମଣ୍ଡଳୀ ଓଳାଭର ଗ୍ରାମର ଶ୍ମଶାନ ଓ ମୁସଲିମ ବସ୍ତି କବରସ୍ଥାନରେ ଦୀର୍ଘଦିନ ହେବ ଆଲୋକ ନଥିବାରୁ ରାତିରେ ପଂଚାୟତବାସୀ ଶବସତ୍କାର ପାଇଁ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ। ଦୀର୍ଘ ଦିନ ହେବ ଏହି ସମସ୍ୟାର ସମାଧାନ ପାଇଁ କୌଣସି ସରକାରୀ ସହାୟତା ମିଳିନଥିଲା କି ସ୍ଥାନୀୟ ଜନପ୍ରତିନିଧି ମଧ୍ୟ କର୍ଣ୍ଣପାତ କରୁନଥିବା ଦେଖାଯାଇଥିଲା। ଅଂଚଳବାସୀଙ୍କ ସମସ୍ୟା ଦେଖି ଗ୍ରାମର ଯୁବସମାଜସେବୀ ଦେବକୁମାର ନାଥ(ଗୁନୁ) ନିଜସ୍ୱ ଅର୍ଥରେ ଓଳାଭର ଶ୍ମଶାନ, ମୁସଲିମ ସାହି କବରସ୍ତାନ ଓ ପଂଚମୁଖି ହନୁମାନଙ୍କ ନିକଟରେ ମୋଟ ୪ଟି ସୌରଚାଳିତ ଆଲୋକ ଲଗାଇଛନ୍ତି। ଆଲୋକ ଲଗାଇବା ସମୟରେ ସୁରୀୟ କାନ୍ତ ପୁଷ୍ଟି, ବିବେକ ପୁଷ୍ଟି, ସୁକାନ୍ତ ପରିଡ଼ା, ଦିପକ ନାଥ, ଧନେଶ୍ୱର ମଲ୍ଲିକ, ସୁବାସ ଚଦ୍ର ସାହୁ, ପ୍ରକାଶ ସାହୁ, ପ୍ରୋମଦ ମଲ୍ଲିକ, ଦେବାଶିଷ ବେହେରା, ଅକ୍ଷୟ ମଲ୍ଲିକ, କାହ୍ନୁ ମଲ୍ଲିକ, ଗୌତମ ମଲ୍ଲିକ, ସତ୍ୟବ୍ରତ ନାୟକ, କୁଲୁ ମଲ୍ଲିକ, ବିବ୍‌, ସୁଲେମାନ, ହୁନାମିଆଁ, ବୁଲୁଆ, ପଣ୍ଡା, ବସନ୍ତ, ଉତମ, ବାବନ, ସୁବାଷ, ଅକ୍ଷୟ, ପ୍ରକାଶ, କାହ୍ନା, ପପୁନା, ଦେବାଶିଷ ସ୍ଥାନୀୟ ଯୁବକ ଉପସ୍ଥିତ ରହି ସହଯୋଗ କରିଥିଲେ। ଗ୍ରାମର ଉନ୍ନତିକରଣ କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ ଅବହେଳା କରୁଥିବା ଯୋଗୁଁ ଗ୍ରାମବାସୀ ଦୀର୍ଘଦିନ ହେବ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଯୁବସମାଜସେବୀ ଦେବ ନାଥଙ୍କ କାର୍ଯ୍ୟକୁ ପଂଚାୟତବାସୀ ପ୍ରଶଂସା କରିଥିବା ଗ୍ରାମର ମୁରବୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande