ବରୀର ଯୁବ ବୈଜ୍ଞାନିକଙ୍କୁ ଶୁଭଚ୍ଛୋ ଜଣାଇଲେ ପୂର୍ବତନ ବିଧାୟିକା
ଧର୍ମଶାଳା,୩ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବରୀ ବ୍ଲକର କିମ୍ଭିରିଆପାଳ ପଂଚାୟତ ମାଳଦା ଗ୍ରାମର ଯୁବ ବୈଜ୍ଞାନିକ ସୁଦିପ୍ତ ରଂଜନ ସାହୁଙ୍କୁ ବରୀର ପୂର୍ବତନ ବିଧାୟିକାଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତା ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମାଳଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୁବ
ବରୀ  ଯୁବ ବୈଜ୍ଞାନିକଙ୍କୁ ଶୁଭଚ୍ଛୋ ଜଣାଇଲେ ପୂର୍ବତନ ବିଧାୟିକା


ଧର୍ମଶାଳା,୩ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବରୀ ବ୍ଲକର କିମ୍ଭିରିଆପାଳ ପଂଚାୟତ ମାଳଦା ଗ୍ରାମର ଯୁବ ବୈଜ୍ଞାନିକ ସୁଦିପ୍ତ ରଂଜନ ସାହୁଙ୍କୁ ବରୀର ପୂର୍ବତନ ବିଧାୟିକାଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତା ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମାଳଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ସାହୁଙ୍କ ପୁଅ ସୁଦିପ୍ତ ଯନ୍ତ୍ର ବିଜ୍ଞାନ ଓ ରୋବୋଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମେକାନିକାଲ ଇଞ୍ଜିନିୟରିଙ୍ଗ ବିଭାଗରେ ଗବେଷଣା କରି ଆଇଆଇଟି ମାଡ୍ରାସ ପକ୍ଷରୁ ଉପାଧି ପ୍ରାପ୍ତ ହୋଇଛନ୍ତି । ତାଙ୍କର ଏହି ସଫଳତା ପ୍ରାପ୍ତ ନେଇ ଆଜି ବରୀ ତଥା ଓଡିଶା ପ୍ରଦେଶ ପାଇଁ ଗୌରବ ଅର୍ଜନ ଆଣିଥିବାରୁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ଏହି କ୍ରମରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ତାଙ୍କର ଏହି ସଫଳତା ନେଇ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକେ ଓ ସାଂଗସାଥୀମାନେ ବହୁ ଖୁସି ଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande