ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)- କଂଗ୍ରେସର
ଭବିଷ୍ୟତ ଦେଶରେ ଓ ରାଜ୍ୟରେ ବଢୁଛି । ରାଜ୍ୟରେ ବିଜେଡି ଯଦି ଠିକ ଭାବେ ମୁଖ୍ୟ ବିରୋଧୀ ଦଳ ର
ଭୂମିକା ନ ନେବ ତେବେ ଆହୁରି ଆଗକୁ ବଢିବ କଂଗ୍ରେସ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା
ଭୂପିନ୍ଦର ସିଂ । ରାଜ୍ୟରେ ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ
ନାହିଁ ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି । ବିରୋଧୀ ଦଳ ଭାବେ ବିଜେଡି ଠିକ ଭାବେ
ପ୍ରସଙ୍ଗ ଉଥାପନ କରୁ ନଥିବା ରୁ ତାର ଫାଇଦା କଂଗ୍ରେସ ନେଉଛି । ଲୋକେ ବିଜେଡି ଠୁ ଦୁରେଇ
ନାହାନ୍ତି କିନ୍ତୁ ଲୋକେ ବିରୋଧୀ ଦଳ ଠୁ ଯାହା
ଆଶା କରୁଛନ୍ତି ତାହା ବିଜେଡି ଠୁ ପାଉ ନାହାଁନ୍ତି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା