ଭୁବନେଶ୍ୱର, ୦୩ ସେପ୍ଟେମ୍ବର (ହି.ସ.) - ଏଣିକି ମୋବାଇଲ୍ ଆପ୍ ବ୍ୟବହାର କରି ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ ହେବ। ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ଏଭଳି ନିର୍ଦ୍ଦେଶନାମା ଜାରି କରିଛି। ୧ ସେପ୍ଟେମ୍ବର ଠାରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ କର୍ମଚାରୀ ମୋବାଇଲ ଆପ ମାଧ୍ୟରେ ଉପସ୍ଥାପନା ଦେବେ। ଆପ୍ ରୁ ପ୍ରାପ୍ତ ଅନୁପସ୍ଥିତ ବିବରଣୀ ଆଧାରରେ ପରବର୍ତୀ ମାସର ଦରମା ପ୍ରଦାନ କରାଯିବ। ଲଗ୍ ଇନ୍ କିମ୍ବା ଲଗ୍ ଆଉଟ୍ ସମୟରେ ଯେକୌଣସି ଅସୁବିଧାର ସମ୍ମୁଖୀନ ହେଲେ ନିୟୋଜିତ କର୍ମଚାରୀଙ୍କୁ ରିପୋର୍ଟ କରିବାକୁ ହେବ। ଅଫିସରେ କର୍ମଚାରୀଙ୍କ ଉପସ୍ଥାପନାରେ ସ୍ୱଚ୍ଛତା ପାଇଁ ଆପ ବ୍ୟବହାର କରିବ ବିଭାଗ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା