ବ୍ରାହ୍ମଣୀ ନଦୀରେ ବ୍ୟାରେଜ ସ୍ଥାନାନ୍ତର ପାଇଁ ଯାଜପୁର ସାଂସଦ କ୍ଷେତ୍ର ପରିଦର୍ଶନ
ଧର୍ମଶାଳା,୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବ୍ରାହ୍ମଣୀ ନଦୀଠାରେ ରସୁଲପୁର ବ୍ଳକ ରାଜେନ୍ଦ୍ରପୁର ପଂଚାୟତ କରଜଙ୍ଗା ନିକଟସ୍ଥ ହାଟସାହି ନିକଟରେ ବ୍ୟାରେଜ ନିର୍ମାଣ ହେବ । ଚାଷୀ ଓ ସ୍ଥାନୀୟ ଜନସାଧାରଣଙ୍କ ହିତଦୃଷ୍ଟି କୋଣରୁ ଏକ ବ୍ୟାରେଜ ନିର୍ମାଣ କରିବା ପାଇଁ ବିଭିନ୍ନ ମହଲରୁ ପ୍ରଶାସନ ନିକଟରେ
ବ୍ରାହ୍ମଣୀ ନଦୀରେ ବ୍ୟାରେଜ ସ୍ଥାନାନ୍ତର ପାଇଁ ଯାଜପୁର ସାଂସଦ କ୍ଷେତ୍ର ପରିଦର୍ଶନ


ଧର୍ମଶାଳା,୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବ୍ରାହ୍ମଣୀ ନଦୀଠାରେ ରସୁଲପୁର ବ୍ଳକ ରାଜେନ୍ଦ୍ରପୁର ପଂଚାୟତ କରଜଙ୍ଗା ନିକଟସ୍ଥ ହାଟସାହି ନିକଟରେ ବ୍ୟାରେଜ ନିର୍ମାଣ ହେବ । ଚାଷୀ ଓ ସ୍ଥାନୀୟ ଜନସାଧାରଣଙ୍କ ହିତଦୃଷ୍ଟି କୋଣରୁ ଏକ ବ୍ୟାରେଜ ନିର୍ମାଣ କରିବା ପାଇଁ ବିଭିନ୍ନ ମହଲରୁ ପ୍ରଶାସନ ନିକଟରେ ଦାବି ହୋଇ ଆସୁଥିଲା । ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ନିର୍ମାଣ ହେବାକୁ ଥିବା ବ୍ୟାରେଜର ସ୍ଥାନ ନିରୂପଣ କରିଥିଲେ । ତେବେ ଏହି ସ୍ଥାନରେ ନିର୍ମାଣ ହେଲେ ସ୍ଥାନୀୟ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେବେ ଏନେଇ ସ୍ଥାନ ପରିବର୍ତନ ପାଇଁ ପୁନଃର୍ବାର ବିଭାଗୀୟ ଅଧିକାରୀ ଓ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରାଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ । ତେବେ ବୁଧବାର ଦିନ ଅପରାହ୍ନରେ ଯାଜପୁର ସାଂସଦ ଡ. ରବିନ୍ଦ୍ରନାରାୟଣ ବେହେରା ଏଠାରେ ହେବାକୁ ଥିବା ବ୍ୟାରେଜର କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଲୋଚନା କରିଥିଲେ । ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ବିଲ୍ନରାଜ ପୁରୋହିତ,ଅଧିକ୍ଷଣ ଯନ୍ତ୍ରୀ ଶିଶିର କୁମାର ଦାସ,ସହକାରୀ ନିର୍ବାହୀ ଯନ୍ତ୍ରୀ ସବ୍ୟସାଚୀ ବିଶ୍ୱାଳ ଓ ବରୀ ଭାଜାପା ନେତା ଉମେଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande