ଗଂଜାମ, 3 ସେପ୍ଟେମ୍ବର (ହି.ସ.)
ପିତ୍ତଳ ଅଂଚଳରେ ଲଗାତାର ଭାବେ ଚୋରୀ ରାହାଜାନି ନରହତ୍ୟା ଭଳି ଘଟଣା ଘଟିବାପରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ପିତ୍ତଳ ଛକରେ ଫାଣ୍ଡି ପ୍ରତିଷ୍ଠା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ହୋଇଥିଲା । ଦୁଇ ବର୍ଷ ପୂର୍ବେ ଫାଣ୍ଡି ପ୍ରତିଷ୍ଠା ପାଇଁ ମଂଜୁର ହୋଇ ପିତ୍ତଳ ଛକ ରାମଚନ୍ଦ୍ରପୁର ଠାରେ ଫାଣ୍ଡି ରପକ୍କା ଗୃହ ନିର୍ମାଣ ହୋଇଛି । ବିଜେଡି ସରକାରର ପତନପରେ ଏହି କୋଠା ଭୂତ କୋଠିପାଲଟିଛି। ତେବେ ଏହି ଫାଣ୍ଡି କେବେ କାର୍ଯ୍ୟକ୍ଷମ ହେବ,ଏହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ