ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀଙ୍କ
ମାଆଙ୍କୁ କଟୁ ଶବ୍ଦ ନେଇ ଜୋର ଧରିଲା ରାଜନୀତି । ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଦେଇଥିବା ବୟାନକୁ କାଉଣ୍ଟର କଲା କଂଗ୍ରେସ । ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ
ଅସମ୍ମାନ କରି ନାହାନ୍ତି ବୋଲି କଂଗ୍ରେସ ମୁଖପାତ୍ର ସୋନାଲ ସାହୁ କହିଛନ୍ତି । ବିହାର
ନିର୍ବାଚନ ପାଇଁ ସମବେଦନା ଗ୍ରହଣ କରିବାକୁ ଚାଁହୁଛନ୍ତି ପ୍ରଧାନମନ୍ତ୍ରୀ । କିଏ କଣ କହିଲା
ସେଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରାଯାଉଛି । ନିଜ ମାଆଙ୍କୁ ନେଇ ରାଜନୀତି କରୁଛନ୍ତି
ନରେନ୍ଦ୍ର ମୋଦୀ । ପୂର୍ବରୁ ସୋନିଆ ଗାନ୍ଧୀଙ୍କ ପ୍ରତି ଗୋରୀ ଚମଡି, ନାଚବାଲି ଭଳି ଶବ୍ଦ
ବ୍ୟବହାର କରାଯାଇଛି । ସେତେବେଳେ କେଉଁଠି ଥିଲେ ପ୍ରଭାତୀ ପରିଡା ବୋଲି ପ୍ରଶ୍ନ କରିଛି କଂଗ୍ରେସ
। ଲୋକସେବା ଭବନରେ ସରକାରୀ ପିଆର ଓ ନିମନ୍ତ୍ରଣ ଦେଇ ଡାକି ରାହୁଲ ଗାନ୍ଧୀ ସମାଲୋଚନା କରିବା
ସମ୍ବିଧାନକୁ ହତ୍ୟା କଲା ଭଳି ମନେ ହେଉଛି । ବୁଦ୍ଧି, ବିବେକ ଭୁଲି କଙ୍ଗାନା ରାଣାଓ୍ୱତ ସିଣ୍ଡ୍ରୋମ ପଛରେ ପଡିଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କଙ୍ଗାନାଙ୍କ ଭଳି ମୋଦୀଙ୍କ ନିକଟତର ହେବାକୁ ଚାଁହୁଛନ୍ତି
ପ୍ରଭାତୀ ପରିଡା ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା