ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟ
ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.) - ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଭରତପୁର ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଅଘଟଣ । କଟକ ଜିଲ୍ଲା ବାଙ୍କୀ ଥାନା ସିଂହନାଥପୁର ର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ହୋଇଛି ମୃତ୍ୟୁ । ଅଗଷ୍ଟ ୨୯ ତା
ନିଶା ନିବାରଣ କେନ୍ଦ୍ରରେ     ଯୁବକଙ୍କ ସନ୍ଦେହଜନକ ମୃତ୍ୟ


ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)

- ନିଶା ନିବାରଣ

କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଭରତପୁର ଅଞ୍ଚଳରେ ଥିବା ଏକ ନିଶା ନିବାରଣ

କେନ୍ଦ୍ରରେ ଅଘଟଣ । କଟକ ଜିଲ୍ଲା ବାଙ୍କୀ ଥାନା ସିଂହନାଥପୁର ର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ

ହୋଇଛି ମୃତ୍ୟୁ । ଅଗଷ୍ଟ ୨୯ ତାରିଖ ଦିନ ଡିଅର ଲାଇଭ ହିଲିଂ ନାମକ ନିଶା ନିବାରଣ କେନ୍ଦ୍ରରେ

ସୂର୍ଯ୍ୟକାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା

ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଜଣାଯାଇଥିଲା । କିନ୍ତୁ ପରିବାର ଲୋକେ ପହଁଚିବା ବେଳକୁ ଏହା

ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ । ମୃତ ବ୍ୟକ୍ତିଙ୍କ ବୟସ ୨୮ ବର୍ଷ । ତୁରନ୍ତ ଘଟଣାର

ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପରିବାର । ସେପଟେ

ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande