ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)- ଯାଜପୁରରେ ପୁଣି
ଝାଡାବାନ୍ତି ଆତଙ୍କ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତଳୁଆ ଗାଁରେ ବ୍ୟାପିଲା ଡାଇରିଆ । 10 ଜଣ
ଆକ୍ରାନ୍ତ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କୁ ଗୁରୁତର
ଅବସ୍ଥାରେ ଚିକିତ୍ସା ପାଇଁ କଟକ ଏସସିବିକୁ ଅଣାଯାଇଥିଲା । ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା
ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ଝାଡାବାନ୍ତିରେ କାରଣ
ନେଇ ଯାଜପୁର ମେଡିକାଲ କଲେଜ ଟିମ ଓ ପାଖ ସିଏଚସିଯାଞ୍ଚ କରୁଛନ୍ତି । ପାଣି ଓ ଝାଡା ନମୁନା ପରୀକ୍ଷା ପାଇଁ ନିଆଯାଇଛି
। ତିନି ଦିନରେ ରିପୋର୍ଟ ଦେବାକୁ ଯାଜପୁର ସିଡିଏମଙ୍କୁ
ନିର୍ଦେଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା