କୌଣସି ନଦୀରେ ବନ୍ୟା ନାହିଁ- ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)- ରାଜ୍ୟରେ ବର୍ଷା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଲଗାଣ ବର୍ଷା ଲାଗି ରହିଛି, ହେଲେ କୌଣସି ନଦୀରେ ବନ୍ୟା ନାହିଁ । ଯେଉଁ ଅଧିକ ବର୍ଷା ଆକଳନ ହୋଇଥିଲା ସେପ
କୌଣସି ନଦୀରେ ବନ୍ୟା ନାହିଁ-     ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ


ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)- ରାଜ୍ୟରେ ବର୍ଷା

ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ପ୍ରତିକ୍ରିୟା

ରଖିଛନ୍ତି । ସେ କହିଛନ୍ତି ଯେ, ଲଗାଣ ବର୍ଷା ଲାଗି ରହିଛି, ହେଲେ କୌଣସି ନଦୀରେ ବନ୍ୟା ନାହିଁ । ଯେଉଁ ଅଧିକ ବର୍ଷା ଆକଳନ ହୋଇଥିଲା ସେପରି ହେଲାନି । ଆଖୁଆପଦାରେ

ବୈତରଣୀ ସତର୍କ ସଂକେତ ଉପରେ ଅଛି । ହେଲେ ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବନି । ଗତକାଲି ୧୬ଟି

ବ୍ଲକ୍‌ ମୁଖ୍ୟାଳୟରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ଅଧିକ ବର୍ଷା ହେଲେ ବାଲେଶ୍ୱର ଭଳି

ଅନ୍ୟ ସହରରେ ପାଣି ଜମା ହୋଇପାରେ । ହୀରାକୁଦର 6 ଗେଟ, ରେଙ୍ଗାଲିର ଗୋଟେ ଗେଟ ଖୋଲା ଅଛି । ଆଜି ବୈତରଣୀ, ତଳ ବ୍ରାହ୍ମଣୀ ଓ ତଳ ମହାନଦୀରେ ଅଧିକ ବର୍ଷା ଆକଳନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande