ନିମାପଡାରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, 4ଲକ୍ଷ ସହାୟତା ଘୋଷଣା
ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.) - ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚିଟିକଣା ଗ୍ରାମର ଯୁବକ ପ୍ରଶାନ୍ତ ସ୍ୱାଇଁ (ପିତା - ନରେନ୍ଦ୍ର ସ୍ୱାଇଁ) ଙ୍କର ବିଦ୍ୟୁତ ଆଘାତ ଭଳି ଦୁଃଖଦ ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀ
ନିମାପଡାରେ ବିଦ୍ୟୁତ ଆଘାତରେ     ଯୁବକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, 4ଲକ୍ଷ ସହାୟତା ଘୋଷଣା


ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)

- ପୁରୀ ଜିଲ୍ଲା

ନିମାପଡ଼ା ବ୍ଲକ ଅନ୍ତର୍ଗତ ଚିଟିକଣା ଗ୍ରାମର ଯୁବକ ପ୍ରଶାନ୍ତ ସ୍ୱାଇଁ (ପିତା - ନରେନ୍ଦ୍ର

ସ୍ୱାଇଁ) ଙ୍କର ବିଦ୍ୟୁତ ଆଘାତ ଭଳି ଦୁଃଖଦ ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି

ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର

ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande