ଲଗାଣ ବର୍ଷାରେ ଜାରକାରେ କୃତ୍ରିମ ହ୍ରଦ : ଗାଡି ଚଳାଚଳ ପ୍ରଭାବିତ
ଧର୍ମଶାଳା,୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହି ବର୍ଷା ଚାଷ କାମ ପାଇଁ ବହୁ ଉପଯୋଗୀ ହୋଇଛି । ଏହି ଲଗାଣ ବର୍ଷାରେ ଗାଁ ଦାଣ୍ଡ ଓ ମୁଖ୍ୟ ରାସ୍ତାରେ କୃତ୍ରିମ ହ୍ରଦ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖି
ଲଗାଣ ବର୍ଷାରେ ଜାରକାରେ କୃତ୍ରିମ ହ୍ରଦ : ଗାଡି ଚଳାଚଳ ପ୍ରଭାବିତ


ଧର୍ମଶାଳା,୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହି ବର୍ଷା ଚାଷ କାମ ପାଇଁ ବହୁ ଉପଯୋଗୀ ହୋଇଛି । ଏହି ଲଗାଣ ବର୍ଷାରେ ଗାଁ ଦାଣ୍ଡ ଓ ମୁଖ୍ୟ ରାସ୍ତାରେ କୃତ୍ରିମ ହ୍ରଦ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଜାରକା ବଜାର ଓ ଶାନ୍ତି ବଜାର ଅଂଚଳରେ । ଲଗାଣ ବର୍ଷା ହେବା ଫଳରେ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଲହଡି ଖେଳୁଛି । ଫଳରେ ଯାତାୟତ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସାଇକେଲ,ମଟର ସାଇକେଲ ଓ ଭାରି ଯାନ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଏପରିକି ଘରୋଇ ପାଇଖାନାରେ ଏହି ପାଣି ମିଶି ରାସ୍ତା ଉପରକୁ ଆସୁଛି । ଯାହାକି ଦୃଗଦ୍ଧରେ ନାକ ଦେଇ ପାରୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆବଶ୍ୟକ ମୁତାବକ ଡ୍ରେନେଜ ସୁବିଧା ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ଏନେଇ ବିଭାଗୀୟ ଅଧିକାରୀ ଓ ବିଧାୟକଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ଯାହାକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଜିଲା ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande