ବିଧାୟକ ଶିକ୍ଷକଙ୍କୁ ବଦଳି କରିବା ସୁପାରିଶକୁ ପ୍ରତ୍ୟାହାର କରିବାକୁ ବିଧାନସଭା କମିଟିର ପ୍ରସ୍ତାବ
ଭୁବନେଶ୍ୱର, ୦୩ ସେପ୍ଟେମ୍ବର (ହି.ସ.) - ଜନ ପ୍ରତିନିଧି ୧୫ ଜଣ ଶିକ୍ଷକଙ୍କୁ ବଦଳି କରିବା ସୁପାରିଶକୁ ପ୍ରତ୍ୟାହାର କରିବାକୁ ବିଧାନସଭା କମିଟି ପ୍ରସ୍ତାବ ଦେଇଛି। ଏହା କାର୍ଯ୍ୟକାରୀ ହେବା ଦ୍ୱାରା ବିଧାୟକଙ୍କ ସମସ୍ୟା ସୃଷ୍ଟି ହେଉଛି। ପୂର୍ବ ଅନୁସାରେ ନିଷ୍ପତି ଜାରି ରହୁ। ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ
ବିଧାୟକ ଶିକ୍ଷକଙ୍କୁ ବଦଳି କରିବା ସୁପାରିଶକୁ ପ୍ରତ୍ୟାହାର କରିବାକୁ ବିଧାନସଭା କମିଟିର ପ୍ରସ୍ତାବ


ଭୁବନେଶ୍ୱର, ୦୩ ସେପ୍ଟେମ୍ବର (ହି.ସ.) - ଜନ ପ୍ରତିନିଧି ୧୫ ଜଣ ଶିକ୍ଷକଙ୍କୁ ବଦଳି କରିବା ସୁପାରିଶକୁ ପ୍ରତ୍ୟାହାର କରିବାକୁ ବିଧାନସଭା କମିଟି ପ୍ରସ୍ତାବ ଦେଇଛି। ଏହା କାର୍ଯ୍ୟକାରୀ ହେବା ଦ୍ୱାରା ବିଧାୟକଙ୍କ ସମସ୍ୟା ସୃଷ୍ଟି ହେଉଛି। ପୂର୍ବ ଅନୁସାରେ ନିଷ୍ପତି ଜାରି ରହୁ। ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀ କହିଛନ୍ତି ଆଜି ବିଧାନସଭା ଶିକ୍ଷା ବିଭାଗ ର ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବସିଥିଲା। ବୈଠକରେ କମିଟି ସଦଶ୍ୟ ମାନେ ଶିକ୍ଷକ ବଦଳି ପାଇଁ ବିଧାୟକଙ୍କ ସୁପାରିଶ ନେଇ ଉଦବେଗ ପ୍ରକାଶ କରିଥିଲେ। ବୈଠକ ପରେ ଏହି ସୁପାରିଶ କୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande