ଗଂଜାମ, 3 ସେପ୍ଟେମ୍ବର (ହି.ସ.)
ଗଂଜାମ ଜିଲାରେ ସାର ଅଭାବ ଚାଷୀମାନଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ଶେରଗଡ ବ୍ଲକର ଚାଷୀଙ୍କୁ ସାର ବଣ୍ଟନ ହୋଇ ନାହିଁ । ଫସଲ ଭଲ ନହେଲେ ଚାଷୀମାନେ ସରକାରଙ୍କ ସହ ମଣ୍ଡିକୁ ଧାନ ବିକ୍ର କରିଥିବା ଚୁକ୍ତି ଅନୁସାରେ ଧାନ ଦେବେ କିପରି? ଏଣୁ ତୁରନ୍ତ ସରକାରଙ୍କ ପକ୍ଷରୁ ମଣ୍ଡିକୁ ଧାନ ଦେବାକୁ ଯେଉଁ ଚାଷୀ ମାନେ ଚୁକ୍ତି କରି ଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଶେରଗଡ ବ୍ଳକରେ ସେବା ସମବାୟ ସମିତି ମାଧ୍ୟମରେ ସାର ବିତରଣ କରିବାକୁ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ