ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)
- ବାଣୀବିହାର
ବିଶ୍ୱବିଦ୍ୟାଳୟ ଅଶାନ୍ତ ଘଟଣା । ଗତକାଲି ରାତିର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପୋଲିସ
କମିଶନର ଏସ ଦେବଦତ୍ତ ସିଂ ।କାହିଁକି କ୍ୟାମ୍ପସ ଅଶାନ୍ତ ହେଉଛି ସେନେଇ କତୃପକ୍ଷଙ୍କ ସହ ଆଲୋଚନା
କରାଯିବ ।କ୍ୟାମ୍ପସ ଉପରେ ପୋଲିସ ନଜର ରଖିଛି । ଗତକାଲି ଘଟଣା ହେଉଛି ବାଣୀବିହାରର ଇଣ୍ଟରନାଲ
ମ୍ୟାଟର । କତୃପକ୍ଷଙ୍କ ଇଣ୍ଟରନାଲ ମ୍ୟାଟରକୁ ନେଇ ଯେଉଁ ଅଭିଯୋଗ କରିବେ ସେ ଉପରେ ପୋଲିସ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆଇନ ଶୃଙ୍ଖଳା ଉପରେ ପୋଲିସ ନଜର ରଖିଛି ବୋଲି ପୋଲିସ
କମିଶନର ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା