ଭଗବନ୍ତ ମାନ ଙ୍କର ହେଲା ଇଲେକ୍ଟ୍ରୋଲାଇଟସ୍ ଡିସବାଲାନ୍ସ, ଅବସ୍ଥାରେ ସୁଧାର, ଏବେ ବି ହସ୍ପିଟାଲରେ ଚାଲିବ ଚିକିତ୍ସା
ଚଣ୍ଡିଗଡ, 6 ସେପ୍ଟେମ୍ବର (ହି.ସ.)- ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି, କିନ୍ତୁ ସେ ଏପର୍ଯ୍ୟନ୍ତ ହସ୍ପିଟାଲରେ ଆଡମିଟ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ରାତିରେ ମୋହାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭଗବନ୍ତ ମାନ ୩ ସେପ୍ଟେମ
ଭଗବନ୍ତ ମାନ ଙ୍କର ହେଲା     ଇଲେକ୍ଟ୍ରୋଲାଇଟସ୍ ଡିସବାଲାନ୍ସ, ଅବସ୍ଥାରେ ସୁଧାର, ଏବେ ବି ହସ୍ପିଟାଲରେ ଚାଲିବ ଚିକିତ୍ସା


ଚଣ୍ଡିଗଡ, 6 ସେପ୍ଟେମ୍ବର (ହି.ସ.)- ପଞ୍ଜାବର

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି, କିନ୍ତୁ ସେ ଏପର୍ଯ୍ୟନ୍ତ ହସ୍ପିଟାଲରେ ଆଡମିଟ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଶୁକ୍ରବାର

ରାତିରେ ମୋହାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭଗବନ୍ତ ମାନ ୩ ସେପ୍ଟେମ୍ବରରେ

ପଞ୍ଜାବ ଗସ୍ତରେ ଥିଲେ, ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଯାଇଥିଲା। ଏହି ପରେ ଆମ ଆଦମି ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ମିଡିଆରେ କହିଥିଲେ ଯେ ଭଗବନ୍ତ ମାନ କିଛି

ଖାଇନଥିବା ଅବସ୍ଥାରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକୁ ଗସ୍ତ କରିଥିଲେ ।

ଏହାପରେ ସେପ୍ଟେମ୍ବର ୪ରେ

ମୁଖ୍ୟମନ୍ତ୍ରୀ ବାସଭବନରେ ତାଙ୍କ ଚିକିତ୍ସା ହୋଇଥିଲା। ୫ ସେପ୍ଟେମ୍ବରରେ ମନ୍ତ୍ରିମଣ୍ଡଳ

ଅଧିବେଶନ ବାତିଲ୍ କରାଯାଇଥିଲା। ଏହି ମଧ୍ୟରେ ଶନିବାର ଦିନ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ମନୀଷ ସିସୋଦିଆ ଓ ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ଚୀମା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଭେଟି

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା

ବିଷୟରେ ପଚାରି ବୁଝିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande