ନୂଆଦିଲ୍ଲୀ, ୬ ସେପ୍େଟମ୍ବର (ହିସ) - ଦେଶର ଅନେକ ରାଜ୍ୟରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି, ସେପ୍େଟମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ଜାତୀୟ ଗଣତାନ୍ତ୍ରିକ ମେଂଟ ସାଂସଦଙ୍କ ପାଇଁ ଆୟୋଜିତ ରାତ୍ରୀଭୋଜନ ବାତିଲ କରାଯାଇଛି। ଶନିବାର ଏକ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି। ଏହା ସହିତ, ଶନିବାର ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡାଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା ରାତ୍ରୀଭୋଜନ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି। ସାଂସଦଙ୍କ ପାଇଁ ଏହି ରାତ୍ରୀଭୋଜନ ଉପରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସ୍ଥିର କରାଯାଇଥିଲା।
ଉଲ୍ଲେଖନୀୟ ଯେ ଉପରାଷ୍ଟ୍ରପତି ନିର୍ବାଚନ ସେପ୍େଟମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ସେହି ଦିନ ସନ୍ଧ୍ୟାରେ ଭୋଟ ଗଣତି କରାଯିବ।
ବର୍ତମାନ, ପଞ୍ଜାବ, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ହରିୟାଣା, ଉତର ପ୍ରଦେଶର ଅନେକ ଅଂଚଳର ଲୋକମାନେ ବନ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁଁ ଏଠାରେ ଜୀବନ ଏବଂ ସମ୍ପତିର କ୍ଷତି ହୋଇଛି। ରାସ୍ତାଘାଟ ଏବଂ ସମ୍ପତି ନଷ୍ଟ ହୋଇଛି ଏବଂ ଅନେକ ଲୋକ ପ୍ରାଣ ହରାଇଛନ୍ତି। ହିମାଚଳ ପ୍ରଦେଶ, ଉତରାଖଣ୍ଡ ଏବଂ ପଞ୍ଜାବ ଭଳି ରାଜ୍ୟର କିଛି ଅଂଶ ସବୁଠାରୁ ଅଧିକ ପ୍ରଭାବିତ ଅଂଚଳ ମଧ୍ୟରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ ଗସ୍ତ କରିବେ ଏବଂ ପରିସ୍ଥିତିର ସମୀକ୍ଷା କରିବେ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ