୧.୭୪ ଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ସାହାରା ଇଣ୍ଡିଆ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ
ନୂଆଦିଲ୍ଲୀ/କୋଲକାତା, ୬ ସେପ୍େଟମ୍ବର (ହି.ସ.)- ସାହାରା ଗ୍ରୁପର ଆର୍ôଥକ ଅନିୟମିତତାର ତଦନ୍ତର ଅଂଶ ସ୍ୱରୂପ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ସାହାରା ଇଣ୍ଡିଆ ଏବଂ ସୁବ୍ରତ ରାୟଙ୍କ ପରିବାର ଏବଂ ବରିଷ୍ଠ କମ୍ପାନୀ ଅଧିକାରୀଙ୍କ ବିରୁଦ୍ଧରେ କୋଲକାତାର ଏକ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ସୂତ୍ର ଅ
୧.୭୪ ଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ସାହାରା ଇଣ୍ଡିଆ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ


ନୂଆଦିଲ୍ଲୀ/କୋଲକାତା, ୬ ସେପ୍େଟମ୍ବର (ହି.ସ.)- ସାହାରା ଗ୍ରୁପର ଆର୍ôଥକ ଅନିୟମିତତାର ତଦନ୍ତର ଅଂଶ ସ୍ୱରୂପ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ସାହାରା ଇଣ୍ଡିଆ ଏବଂ ସୁବ୍ରତ ରାୟଙ୍କ ପରିବାର ଏବଂ ବରିଷ୍ଠ କମ୍ପାନୀ ଅଧିକାରୀଙ୍କ ବିରୁଦ୍ଧରେ କୋଲକାତାର ଏକ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ସୂତ୍ର ଅନୁଯାୟୀ, ଇଡି କୋଲକାତାର ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ପ୍ରାୟ ୧.୭୪ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି। ଏଥିରେ ଅଭିଯୋଗ କରାଯାଇଛି ଯେ ଅଧିକ ସୁବିଧା ଦେବା ନାଁରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ନିଆଯାଇଥିଲା। କିନ୍ତୁ, ସେମାନଙ୍କ ଟଙ୍କା ସେମାନଙ୍କୁ ଫେରସ୍ତ କରାଯାଇ ନଥିଲା। ଚାର୍ଜସିଟରେ ସୁବ୍ରତ ରାୟଙ୍କ ପତ୍ନୀ ସ୍ୱପ୍ନା, ପୁଅ ସୁଶାନ୍ତୋ ରାୟଙ୍କ ସହିତ ଜେପି ବର୍ମା, ଅନିଲ ଆବ୍ରାହମ ଏବଂ ଅନ୍ୟମାନଙ୍କ ନାମ ରହିଛି। ଚାର୍ଜସିଟ୍ ଅନୁଯାୟୀ, ସୁବ୍ରତ ରାୟଙ୍କ ପୁଅ ପଳାତକ ଏବଂ ପଚରାଉଚରାରେ ଯୋଗ ଦେଇନାହାଁନ୍ତି। ତାଙ୍କ ବିରୁଦ୍ଧରେ କୋର୍ଟରୁ ଜାମିନ ବିହୀନ ୱାରେଂଟ ଜାରି କରିବା ପାଇଁ ପ୍ରୟାସ ଜାରି ରହିଛି। ଉଲ୍ଲେଖନୀୟ ଯେ ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଏବଂ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ମୃତ୍ୟୁ ୧୪ ନଭେମ୍ବର ୨୦୨୩ ରେ ୭୫ ବର୍ଷ ବୟସରେ ହୋଇଥିଲା।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande