ପୁଣି ଥରେ ଡରାଉଛି ଗଙ୍ଗା-ଯମୁନାର ବଢୁଥିବା ଜଳସ୍ତର
ପ୍ରୟାଗରାଜ, 6 ସେପ୍ଟେମ୍ବର (ହି.ସ.)- ପତିତ ପାବନୀ ମା ଗଙ୍ଗା ଓ ଯମୁନା ନଦୀର ବଢୁଥିବା ଜଳସ୍ତର ପୁଣିଥରେ ପ୍ରୟାଗବାସୀଙ୍କ ମନରେ ବନ୍ୟାର ଆଶଙ୍କା ସୃଷ୍ଟି କରିଛି। ଶୁକ୍ରବାର ସନ୍ଧ୍ୟାରେ ସଙ୍ଗମ ଅଞ୍ଚଳରେ ଅବସ୍ଥିତ ବନ୍ଧୱାର ଶୋଇଥିବା ହନୁମାନ ମନ୍ଦିରର ଗର୍ଭଗୃହ ଏହି ଋତ
ପୁଣି ଥରେ ଡରାଉଛି     ଗଙ୍ଗା-ଯମୁନାର ବଢୁଥିବା ଜଳସ୍ତର


ପ୍ରୟାଗରାଜ, 6 ସେପ୍ଟେମ୍ବର (ହି.ସ.)- ପତିତ ପାବନୀ ମା

ଗଙ୍ଗା ଓ ଯମୁନା ନଦୀର ବଢୁଥିବା ଜଳସ୍ତର ପୁଣିଥରେ ପ୍ରୟାଗବାସୀଙ୍କ ମନରେ ବନ୍ୟାର ଆଶଙ୍କା

ସୃଷ୍ଟି କରିଛି। ଶୁକ୍ରବାର ସନ୍ଧ୍ୟାରେ ସଙ୍ଗମ ଅଞ୍ଚଳରେ ଅବସ୍ଥିତ ବନ୍ଧୱାର ଶୋଇଥିବା ହନୁମାନ

ମନ୍ଦିରର ଗର୍ଭଗୃହ ଏହି ଋତୁରେ ପଞ୍ଚମଥର ପାଇଁ ଜଳମଗ୍ନ ହୋଇଯାଇଛି। ଶନିବାର ସକାଳେ ଜଳସ୍ତର

ବଢୁଛି, ମାତ୍ର ବଢିବାର ଗତି ସାମାନ୍ୟ କମ ରହିଛି।

ନିରଞ୍ଜନୀ ଅଖାଡ଼ାର

ମହାମଣ୍ଡଳେଶ୍ୱର ସ୍ୱାମୀ ବଲବୀର ଗିରି କହିଛନ୍ତି ଯେ, ଶୁକ୍ରବାର

ସନ୍ଧ୍ୟାରେ ପତିତ ପାବନୀ ମା ଗଙ୍ଗା, ଯମୁନା ଓ ଅଦୃଶ୍ୟ

ସରସ୍ୱତୀଙ୍କ ପବିତ୍ର ଜଳ ବିଶ୍ୱପ୍ରସିଦ୍ଧ ଶ୍ରୀ ଶୋଇଥିବା ହନୁମାନ ମନ୍ଦିରକୁ ପ୍ରବେଶ କରିଛି ଓ

ମନ୍ଦିର ପରିସର ଜଳମଗ୍ନ ହୋଇଯାଇଛି। ବନ୍ୟା ଆଶଙ୍କାରୁ ମନ୍ଦିରର ଦ୍ୱାର ବନ୍ଦ କରିଦିଆଯାଇଛି।

ପ୍ରୟାଗରାଜରେ ଯମୁନା ନଦୀର

ଜଳସ୍ତର ନୈନୀ ଅଞ୍ଚଳରେ ୮୧.୫୫ ମିଟରରୁ ଅଧିକ ରହିଛି। ସେହିପରି, ଗଙ୍ଗା ନଦୀର ଜଳସ୍ତର ଫାଫାମୌ ଅଞ୍ଚଳରେ ୮୧.୭୧ ମିଟରରୁ ଉପରେ ପହଂଚିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande