ନୋଏଡା, 6 ସେପ୍ଟେମ୍ବର (ହି.ସ.)- ମୁମ୍ବାଇରେ ଅନନ୍ତ
ଚତୁର୍ଦ୍ଦଶୀ ଦିନ ୪୦୦ କିଲୋ ଆର୍ଡିଏକ୍ସରେ ବିଭିନ୍ନ ସ୍ଥାନରେ ବୋ ବିସ୍ଫୋରଣ କରିବା ପାଇଁ ଧମକ
ଦେଇଥିବା ଅଶ୍ୱିନୀ ନାମକ ଜଣେ
ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶ ଓ ମୁମ୍ବାଇ ପୋଲିସ ଏକ ସଂଯୁକ୍ତ କାର୍ଯ୍ୟାନୁଷ୍ଠାନରେ ଶନିବାର ଦିନ ନୋଏଡାରୁ ଗିରଫ କରିଛି। ମୁମ୍ବାଇ ପୋଲିସ ଏବେ ତାଙ୍କୁ
ନେଇ ମହାରାଷ୍ଟ୍ର ଯାତ୍ରା କରିଛି।
୪ ସେପ୍ଟେମ୍ବରରେ ମୁମ୍ବାଇ
ପୋଲିସର ୱାଟସ୍ଆପ୍ ନମ୍ବରକୁ
ବୋମ ବିସ୍ଫୋରଣ ଧମକପୂର୍ଣ୍ଣ ଏକ ବାର୍ତ୍ତା ପଠାଯାଇଥିଲା, ଏଥିରେ ଧମକି ଦେଇଥିବା ବ୍ୟକ୍ତି ନିଜକୁ ଜଣେ ଜିହାଦୀ ସଂଗଠନର ସଦସ୍ୟ ବୋଲି କହିଥିଲା । ଏହି
ଅଭିଯୁକ୍ତକୁ ଗିରଫ କରିଥିବା ପୋଲିସ ଟିମ୍କୁ ଆଜି ପୋଲିସ କମିଶନର ଲକ୍ଷ୍ମୀ ସିଂହ ୨୫ ହଜାର
ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା