ଜିଏସଟି ସଂସ୍କାର ଯୋଗୁ ଦେଶର 140କୋଟି ଦେଶବାସୀଙ୍କୁ ବଡ ଆଶ୍ୱସ୍ତି- ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, 6 ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବସ୍ତୁ ଓ ସେବା କର (ଜିଏସଟି) ସୁଧାର ୧୪୦ କୋଟି ଦେଶବାସୀ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି। ଶନିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟାଳୟରେ ଏକ ସାମ୍ବାଦି
ଜିଏସଟି ସଂସ୍କାର ଯୋଗୁ ଦେଶର 140କୋଟି ଦେଶବାସୀଙ୍କୁ ବଡ ଆଶ୍ୱସ୍ତି- ଅଶ୍ୱିନୀ ବୈଷ୍ଣବ


ନୂଆଦିଲ୍ଲୀ, 6 ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ,

ବସ୍ତୁ

ଓ ସେବା କର (ଜିଏସଟି) ସୁଧାର ୧୪୦ କୋଟି ଦେଶବାସୀ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି। ଶନିବାର ଦିନ

ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଷ୍ଣବ କହିଛନ୍ତି,

ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦିଙ୍କର ମଧ୍ୟମ ବର୍ଗ ପ୍ରତି ଗଭୀର ନିଷ୍ଠା ଅଛି,

ଯାହା

ସମୟ-ସମୟରେ ସମସ୍ତେ ଦେଖିପାରୁଛନ୍ତି। ସେ କରରେ ବଡ ସୁଧାର କରି,

୧୨

ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ମଧ୍ୟମ ବର୍ଗୀୟ ପରିବାରକୁ ଛାଡ଼ ଦେଇଥିଲେ,

ଏବଂ

ବର୍ତ୍ତମାନ ଜିଏସଟିରେ ବଡ଼ ପରିବର୍ତ୍ତନ କରି ସେମାନଙ୍କୁ ବଡ଼ ଆଶ୍ୱସ୍ତି ଓ ଉପହାର

ଦେଇଛନ୍ତି।

ସେ କହିଛନ୍ତି ଯେ, ଜିଏସଟିରେ ଯେପରି ଧରଣର ସୁଧାର ହୋଇଛି, ସେଥିରୁ ୧୪୦ କୋଟି ଦେଶବାସୀ ଉପକୃତ ହେଉଛନ୍ତି।କଂଗ୍ରେସକୁ ଟାର୍ଗେଟ

କରି ବୈଷ୍ଣବ କହିଛନ୍ତି ଯେ, ୨୦୧୪ ପୂର୍ବରୁ କରର ବୁଢିଆଣୀ ଜାଲ ବ୍ୟାପିଥିଲା ଯେଉଁ କାରଣରୁ ପ୍ରତ୍ୟେକ ବସ୍ତୁ ଉପରେ

ଅନେକ ପ୍ରକାରର କର ଲଗାଇ ସାଧାରଣ ପରିବାର,ସାଧାରଣ ଜନତା ଓ ମଧ୍ୟମ

ବର୍ଗୀୟ ପରିବାର ଉପରେ ବଡ ବୋଝ ପକାଯାଉଥିଲା ।ମନ୍ତ୍ରୀ କହିଛନ୍ତି , ଆଜି ଜିଏସଟିରେ ହୋଇଥିବା

ସୁଧାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉପକୃତ କରିଛି। ଆବଶ୍ୟକ ଜିନିଷ ଉପରେ ଜିଏସଟି ହ୍ରାସ କରାଯାଇଛି।

ଏହା ଦ୍ୱାରା ରୁଟି, କପଡ଼ା ଓ ଘର – ଏହି ତିନିଟି ମୌଳିକ ଆବଶ୍ୟକତା ଉପରେ ଥିବା କର ଭାର କମିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande